STORYMIRROR

Amit Bal

Abstract Classics Inspirational

5  

Amit Bal

Abstract Classics Inspirational

ଭକ୍ତି

ଭକ୍ତି

1 min
517


ପିତୃ ମାତୃ ଭକ୍ତି ଜଗତରେ ଶ୍ରେଷ୍ଠ କହନ୍ତି ସର୍ବ ଜନ

ପାଳନ କରେଯେ ଏହାକୁ କର୍ମେ ନିଶ୍ଚେ ହୁଏସେ ମହାନ

ଗୁରୁଭକ୍ତି ଅଟେ ଇଶ୍ଵର ଭକ୍ତି ଲେଖା ହୋଇଛି ଶାସ୍ତ୍ରରେ

ଭକ୍ତିମନେ କଲେ ମାନବ ସେବା ଜନ୍ମ ସାର୍ଥକ ସୃଷ୍ଟିରେ ।


ଭକ୍ତି ହିଁ ଅଟେ ଆଲୋକର ରେଖା ଘୋର ଅନ୍ଧକାରେ

ଭକ୍ତି ବଳେ ହିଁ ତରି ହୋଇଥାଏ ନର ଭବ ସାଗରେ

ଭ୍ରାତୃ ଭକ୍ତି ର ଚରମ ନିଦର୍ଶନ ଭରତ ଜୀବନେ ମିଳେ

ଭକ୍ତର ଭକ୍ତିରେ ସ୍ଵୟଂ ମହାପ୍ରଭୁ ଜନ୍ମିଥିଲେ ମହୀତଳେ ।


ଭକ୍ତି ଜୀବନକୁ ଶୃଙ୍ଖଳିତ କରେ ସଂସାରେ ଚଳିବା ପଇଁ

ସୁଦାମା ଭକ୍ତିରେ କୃଷ୍ଣ ବିମୋହିତ ଖୁଦଭଜା ଖାଇଖାଇ

ରାମ ଭକ୍ତଭାବେ ବୀର ହନୁମାନ ଘରେଘରେ ପରିଚିତ

ତାଙ୍କୁ ଭକ୍ତି କରି ହଜାରେ ମାନବ ବିପଦ ଲଂଘନ୍ତି ସତ ।


ସଦାରଖ ତେଣୁ ମନେ ଭକ୍ତିଭାବ ଅହଂକୁ ଦୂରେଇଦେଇ

ଭକ୍ତର ଭକ୍ତିରେ ସବୁ ଯେ ସମ୍ଭବ କିଛି ଅସମ୍ଭବ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract