Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alok Kumar Ray

Abstract Others

3  

Alok Kumar Ray

Abstract Others

କୋଣାର୍କ

କୋଣାର୍କ

1 min
171


ଶିଳ୍ପୀର ଅତୃପ୍ତ ଆତ୍ମା ଏବେ ବି ପ୍ରତ୍ୟକ ନିଶାର୍ଦ୍ଧରେ ଆସେ

କୋଣାର୍କ ବେଢାରେ ଅଭିସାର ପାଇଁ ଖୋଦିତ ପ୍ରସ୍ତର ମୂର୍ତ୍ତି ପାଶେ ।

ରାତ୍ରିର ଅନ୍ଧକାର ପ୍ରହରୀ ସମ କ୍ଷୁଧିତ ଆତ୍ମାର କରେ ସମ୍ମାନ

ପାଷାଣ ପ୍ରତିମା ଜୀବନ୍ୟାସ ପାଇ ରତି ସୁଖ କରେ ଆବାହନ ।

ଶହ ଶହ ଶିଳ୍ପୀର କାମନା ଲାଳସା ରାତ୍ରିରେ ହିଁ ଝଲସେ

ନାରୀ ପାଷାଣ ପ୍ରତିମା ସମୂହ କାମନା ବାରିଧାରା ବର୍ଷଣେ ଉଲ୍ଲସେ ।

ବାରଶହ ବଢ଼େଇଙ୍କ ବାରବର୍ଷ କାମନା ରହିତ ନିଃଶଙ୍ଗ ଜୀବନ

ବିଧୁର ମନରେ କାମନାଙ୍ଗି ପ୍ରଜ୍ବଳିତ ସହ କରିଥିଲା ତଲ୍ଲୀନ ।

ସ୍ୱତଃ ପ୍ରବୃତ ଏଣୁ ନିହାଣ ମୁନରେ ଖୋଦିତ ହେଲା କାମନାର ଈପଶିତ ବୃତ୍ତାନ୍ତ

ଏହାହିଁ କୋଣାର୍କ ଗାତ୍ରରେ ଖଚିତ କଳାକୃତିର ସାମଗ୍ରିକ ଦୃଷ୍ଟାନ୍ତ ।

ମାନବୀୟ ଭୋଗବାଦୀ ଚେତନାର ସୂକ୍ଷ୍ମ ତଥା ବଳିଷ୍ଠ ପ୍ରକାଶ

କୋଣାର୍କ ସ୍ଥାପତ୍ୟର ଆପଦ ମସ୍ତକ ଫୁଟି ହୋଇଛି ବିକାଶ ।

ଡ. ଆଲୋକ କୁମାର ରାୟ

କେନ୍ଦ୍ରାପଡା, ତା ୦୮.୧୧.୧୮


Rate this content
Log in

Similar oriya poem from Abstract