ବସନ୍ତର ତିନୋଟି ସ୍କେଚ
ବସନ୍ତର ତିନୋଟି ସ୍କେଚ
1 min
466
ମଳୟ:
ତୁମରି ଛୁଆଁ
ପ୍ରେମର ଗାଏ ଗଜଲ
ଏଠି ନହେଲେ ସେଠି
ମୁକ୍ତ ନୁହେଁ ତୁମ ନକଲ....
ବଉଳ:
ତୁମରି ବାସ
ମନ ମୋହେ ଅଶେଷ
ହୁରି ପଡିଛି ଏଠି
ଅଛି ସେଥିରେ ଛଳନ।ର ବିଷ...
କୋଇଲି:
ତୁମରି ଗୀତ
ହୃଦତନ୍ତ୍ରୀ କରେ ଝଙ୍କୃତ
କୁହ କୁହି ହୁଅନ୍ତି ଏଠି
କାଳେ ତାହା ପ୍ରତାରଣା ମିଶ୍ରିତ...
******
ଡ. ଆଲୋକ କୁମାର ରାୟ
କେନ୍ଦ୍ରାପଡା ।ମୋ: ୯୪୩୭୦୬୮୦୦୩
