STORYMIRROR

Alok Kumar Ray

Others

2  

Alok Kumar Ray

Others

ପ୍ରେମ

ପ୍ରେମ

1 min
715


ଦେଖୁନ

ପ୍ରେମର ସ୍ଵାକ୍ଷର ତୁମ ଚିବୁକକୁ କରିଅଛି କିପରି ଗୋଟାପଣେ ନାଲି

କହିକି ପାରିବ

ସାତରଙ୍ଗ ମଧ୍ୟେ ନାଲି କାହିଁକି ଏକାନ୍ତେ ଆକର୍ଶେ ମୋତେ ଖାଲି...୧


ଦେଖୁନ

ତୁମ ଆଖି ନୀଳିମା ଆବୋରିଛି ସାରା ସାତ ସାଗର ବକ୍ଷ

କହିକି ପାରିବ

ନୀଳ ଲହରୀ କାହିଁକି କବିତା ନାଁରେ ପ୍ରତିକ୍ଷଣେ ଛେଦେ ମୋ ପକ୍ଷ...୨


ଦେଖୁନ

ତୁମ ଓଠ ଧାରେ ବହୁଅଛି ପ।ହ।ଡି ଝରଣାର ଛୋଟ ଏକ ଧାର

କହିକି ପାରିବ

ସାଗରରେ ମିଶିବା ନିଶାରେ ଝରଣା କାହିଁକି ନହୁଡେ ତା ଲକ୍ଷ୍ମଣ ଗାର....୩


ଦେଖୁନ

ତୁମ ଆଲୁଳାୟିତ କେଶବିନ୍ୟାଶ ଯୋଗୀ ମନରେ ଆଣେ କାମନାର ବାସ

କହିକି ପାରିବ

କଳ।ମେଘ ଆକାଶର ଛାତି ଛାଡି ଆମ ଏଠି କାହିଁ ବିଞ୍ଚେ ପ୍ରୀତି ସୁବାସ.....୪


ଦେଖୁନ

ନାଶ।ଗ୍ରେ ବହୁଅଛି ତୁମ ହାଲକା ଉଷ୍ମ ନିଶ୍ୱାସ ଭରିବାକୁ ମତୁଆଲା ବିଶ୍ୱାସ

କହିକି ପାରିବ

ବସନ୍ତର ମନ୍ଦ ମଳୟ ସ୍ପର୍ଶ କାହିଁକି ଆମ୍ବ ବଉଳରେ ସଂଚରେ ଜୀବନର ପରସ.…..୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍