STORYMIRROR

Alok Kumar Ray

Abstract

4  

Alok Kumar Ray

Abstract

ବାଟ

ବାଟ

1 min
386

ଯେଉଁଠି ଆରମ୍ଭ ଥାଏ

କେଉଁଠି ଗୋଟେ ଶେଷ ବି

ଆଖି ତରାଟି ଅନେଇ ଥାଏ।

ପଥିକର ମନ ପଢ଼ିବାର

ଯିଏ କେବଳ ଅଭିନୟ କରି

ନିଜକୁ ସାନ୍ତ୍ୱନା ଦେଇଚାଲେ କ।ଳେକାଳେ।

ଯିଏ ଗୋଟେ ପଟେ

ଆକାଶ ଛୁଇଁ ହାତ ହଲାଏ ତ

ଅନ୍ୟ ପଟେ ମାଟି କାମୁଡି 

ଜଣା ଅଜଣାରେ ଅସୂୟା ସଅଁପେ।

ସିଏ ଗୋଟେ ବାଟ

ଯିବାର ଶୌର୍ଯ୍ୟରେ ଯେଉଁଠି

ଆସିବାର ଅପେକ୍ଷା ଧୂଳି ଚାଟେ।

ଯେଉଁଠି ଝୁଣ୍ଟି ପଡିଲେ

ସହଯୋଗର ଲମ୍ବା ହାତ ନଇଁ ଆସେ ତ

ଆଡ଼ ଦୃଷ୍ଟିର ହାଲ୍କା ଆମନ୍ତ୍ରଣ

ରକ୍ତ ହୋଇ କ୍ଷତରୁ ଖାଲି ଝରେ।

ହାତ ଧର।ଧରି ହୋଇ ନଚାଲି

ପରୀକ୍ଷାମୂଳକ ଏକଲା ଚାଲିବର କଥା

ଯେଉଁଦିନ କିଏ ଅନ୍ତରରୁ କହିବ

ସେଦିନ ବାଟରେ ଶବମାନେ ଥକିଯିବେ

ହସମାନେ କୁହାକୁହି ହେବେ ବଡ଼ ପାଟିରେ।

କେହିଜଣେ କେହି ଜଣକୁ

ବାଟକଡ଼ ଖ।ଲରୁ ଉଠାଇ ଆଣି କହିବ

ବାଟ ବୋଲି କିଛି ନାହିଁ

ଚାଲିଲେ ବାଟ, ନଚାଲିଲେ ବି ବାଟ

ଜୀବନ କୌଶଳ ଶିଖିବାର ଆଦିମ ଛାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract