STORYMIRROR

Alok Kumar Ray

Romance

4  

Alok Kumar Ray

Romance

ଭାରି ମନେ ପଡେ

ଭାରି ମନେ ପଡେ

1 min
400

ଭାରି ମନେପଡେ, ହେଇ କାଲିପରି ମନେପଡେ

ତୁମର ସେ' କଳାଧଳା ହସ,

ଖଳା ବାରିରୁ ଓଳେଇ ଆଣିଥିବା ଲିପାପୋଛା,

ଛନଛନ କଅଁଳ ମନ,

ସଧବା ମଥ।ର ଦୁକୁଦୁକୁ ଜଳୁଥିବା ଟୋପାଏ ସିନ୍ଦୂର।

ଝୁଲନ୍ତା ସମୟର ଅଗଣାରେ ଚଂଚୁରେ ଚଂଚୁ ଘଷି

ମିଠା ଦିଆନିଆର ପର୍ବ

ଏବେ ଛବିବହିର ଅଚଳନ୍ତି ଫର୍ଦରେ

ଫେଡ।ଣର ସୂତ୍ର ଖୋଜିବାରେ ମଗ୍ନ।

ମନେପଡେ, ଖାସ ମନେପଡେ

ଏବେ ଏବେ ଆକାଶ ଛାତିରେ ମେଘର ସ୍ୟାହିରେ

ଲେଖା ଯୋଖା ଅପୂର୍ଣ୍ଣ ପ୍ରେମମୟ ଗ।ଥ।ର

ଶେଷ ଅଙ୍କରେ କାହିଁ ଥିଲା ଏତେ ନୀରବତା।

ଖସିପଡୁଥିଲା ଟୁପଟାପ କାହିଁ ଦୁହିଁଙ୍କ ଆଖି କ୍ରୋଡ଼ରୁ

ଅସରନ୍ତି ଶିଶିରର ମୁକ୍ତା।

ପବନ ପିଠିରେ ଚାଲିବାର ବୟସ

ଆଣ୍ଠେଇ ପଡିଛି ଦେଖ ଭବିଷ୍ୟତର ଓଳିତଳେ ,

ଖୁଁ ଖୁଁ କାଶୁଛି ଏକଦା ଫେଁ ଫେଁ ହସୁଥିବା

ଜୀବନର ରଙ୍ଗ ଚଇତ।ଳି।

ଆସ ଆଉଥରେ ମନେ ପକେଇବା

ନିରୋଳାରେ ବସି ଇଶାର।ରେ କଥାହେବା

ଉଆଁସ ରାତିରେ ଜହ୍ନର ଠିକଣା ଖୋଜି ଖୋଜି

ତୋଟାମାଳରେ ଭୂତ ସହ ଲୁଚକାଳି ଖେଳି

ଜୀବନର ଆରପଟ କଳଙ୍କ ଜୁଇରେ

ହାତ ଧର। ଧରି ହୋଇ ଦୁହେଁ ଦଗ୍ଧ ହେବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance