ଅବୋଧ
ଅବୋଧ
ଅମାବାସ୍ୟା ରାତି ପରି ସମୟ ପହୁଞ୍ଚେ
କେବେ ଜୀବନର ଦ୍ୱାରେ,
ପୂନେଇଁର ଜହ୍ନ ପରି ଲିଭିଯାଏ
ପୁଣି ନିଜ ଇଛାମତେ,
ଯିବା ଓ ଆସିବା ପାଇଁ ନପଚାରି କା'ରେ !
ଏ ଦେହଟା ନିଜକୁବା ଖୋଜିପାଏ କେବେ,
କାଲିପରି ବହି ପାଖୁଡ଼ାରୁ
ନିଜପାଇଁ ଶବ୍ଦଟିଏ ଲୋଡ଼ି
ବହିପଢ଼େ କେତେ ସ୍ରଷ୍ଟାଙ୍କର...
ଅନନ୍ତ କୋଟି ଜୀବରେ ନିଜକୁ
ଦେଖାଇବାକୁ କେତେ ଆଶା, କେତେ ଆସ୍ଫାଳନ,
ଅନ୍ତହୀନ କେତେ ଅନ୍ୱେଷଣ !
ସବୁ ଖାଲି ନିଜକୁ ବାନ୍ଧିବା ଓ ମୁକ୍ତ କରିବାର ଅଦ୍ଭୂତ ଲକ୍ଷଣ !
ହେଲେ ସବୁ,ମଶାଣୀର ମାଟିପରି
ଅବୋଧ,ଅଭିଶପ୍ତ, ଅସ୍ପୃଶ୍ୟ ଅଙ୍କନ !
