Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sunanda B Mohapatra

Others

5.0  

Sunanda B Mohapatra

Others

ନାରୀଟିଏ ବୋଲିତ

ନାରୀଟିଏ ବୋଲିତ

1 min
109



ମୁଁ ସରଳା, ଅବଳା ବୋଲିତ,ତୁମେ ସଉଦା କରିଚାଲିଛ ମୋ' ସରଳତାକୁ ପୁଞ୍ଜିକରି ବିଚ୍ ବଜାର୍ ରେ,ପ୍ରାରମ୍ଭରୁ ଏ ଯାବତ୍ ।

ମୁଁ ଭାବରେ ଭାସିଯାଏ ବୋଲିତ ତୁମେ ଅହରହ ଖେଳି ଚାଲିଛ ମୋ' ଭାବପ୍ରବଣତାକୁ ଖେଳନାକରି ।

ମୁଁ ମାନିନିଏ ବୋଲିତ, ତୁମେ ଚାପିଦିଅ ତୁମ ତିନିପାଦ ଭୂମିନେବା ବାହାନାରେ ମୋ' ସର୍ବାଙ୍ଗକୁ, ଛଳନାର ଭୂମିତଳେ ।

ମୁଁ ନହକି ଯାଏ ବୋଲିତ, ତୁମେ ମୋତେ ବାରମ୍ବାର ମୋଡ଼ି ବଙ୍କାଉ ଥାଅ,ଗଢୁଥାଅ, ଭାଙ୍ଗୁଥାଅ ନିଜ ଇଛାମତେ ତୁମ ପୌରୁଷତ୍ଵର ଦମ୍ଭରେ !

ମୁଁ କ୍ଷମାକରେ ବୋଲିତ ତୁମେ ବାରମ୍ବାର ଭୁଲ୍ କରି ଅପରାଧର ବୋଝ ଲଦୁଥାଅ ମୋ ମଥାରେ !

ମୁଁ ନଇଁପଡେ ବୋଲିତ ତୁମେ ସେଣ୍ଢାଟେକି ବାଟଚାଲ ଦୁନିଆର ରାଜ ରାସ୍ତାରେ !

ମୁଁ ସହିଯାଏ ବୋଲିତ ଏ ସଂସାର ଚକ ଗଡୁଥାଏ ନିର୍ବିବାଦରେ ।

ମୁଁ ଢାଙ୍କିଦିଏ ବୋଲିତ ତୁମେ ମୋତେ ପ୍ରତିଥର ଉଲଗ୍ନ କରୁଥାଅ ଆଢୁଆଳରେ ସଗର୍ବରେ ।

ମୁଁ ଚଳେଇ ନିଏ ବୋଲିତ ତୁମେ ଛାତିଫୁଲେଇ ଡିଣ୍ଡିମ ପିଟି ବାହାବା ନେଉଥାଅ ତୁମ ପାରିଲାପଣର ଅହଂକାରରେ ।

ମୁଁ ତୁମକୁ ଖୁସିକରେ ବୋଲିତ ନିଜ ଇଛାକୁ ଛାତିତଳେ କବର ଦେଇ ଜିଇ ଥାଉଥାଉ ନିତି ମରେ ନିଜ ଭିତରେ ।

ମୁଁ ସରେନାହିଁ ବୋଲିତ ତୁମେ ଲୁଟି ଚାଲିଥାଅ କୁବେରଭଣ୍ଡାର ଭାବି ମୋ ଶରୀରର, ହାଡ଼, ମାଂସ, ରକ୍ତ ଆଉ ନିଶ୍ୱାସ ଟିକକ ବି !

ମୁଁ ମନର ଭୋକ, ପେଟର ଭୋକ ସହିତ ଦେହର ଭୋକକୁ ବୁଝିପାରେ ବୋଲିତ ତୁମେ କେବେ ଭାବ ନାହିଁ ମୋରବି ଭୋକଟିଏ ଅଛି ବୋଲି !!

ଯାଃ.....!!!

ମୁଁ ନାରୀଟିଏ ବୋଲିତ....

ଏତେପରେବି ପୁଣିଥରେ କ୍ଷମା କରଦେଲି ତୁମକୁ ,

କାରଣ ମୁଁଯେ ଜନନୀ, ଭଗିନୀ, ଜାୟା ନାନାରୂପେ ଅବତୀର୍ଣ୍ଣା

ଈଶ୍ୱରଙ୍କ ସୃଷ୍ଟିର ଅଦ୍ଭୁତ ସର୍ଜନାଟିଏ ...!!!


Mahapatra B Sunanda.

#Bangalore.


Rate this content
Log in