Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sunanda B Mohapatra

Others

3  

Sunanda B Mohapatra

Others

ଅନ୍ତର୍ଦାହ

ଅନ୍ତର୍ଦାହ

1 min
269




ଏମିତି ଲାଗୁଛି ଯେମିତି ରାତି ପାହିଲେ

ଅନେକ ଡେରି ହେଇଯିବ....

ବିବାକ୍ ବଦଳୁଥିବା ସମୟ

କେଜାଣି କେଉଁ ମୋଡ଼ ନେବ ?

ଆଜି/ଏଇ ମୁହୂର୍ତ୍ତରେ ଯଦି

ଖୋଲି ନଦେବି ନିଜକୁ,

ପୁଞ୍ଜିଭୁତ ଦୁଃଖ,ବେଦନା,

ମାନ,ଅଭିମାନ,ଆବେଗ ଅଶ୍ରୁକୁ...!

ହେଲେ ହୃଦୟର

ଏତେ କଥା/ଏତେ ବ୍ୟଥା/ଏତେ ଅନ୍ତର୍ଦାହ..

ଏସବୁ କ'ଣ କହି ଦେଇ ହେବ

ଏତେ ସହଜରେ,

ଏ କାଗଜ କାଳିରେ,

କେଇଧାଡ଼ି ଲେଖାର

କେଇପଦ କଥାରେ ?

ବିସ୍ତାରିବି ବୋଲି ଯେତେଥର

ଚେଷ୍ଟା କରୁଛି,

ସେତେଥର ନିଜକୁ

ନଖୋଲି ପାରିବାର

ବ୍ୟର୍ଥତାରେ ଭାଙ୍ଗିପଡ଼ୁଛି....

ଆଃ.....!!!

କେମିତି ଆରମ୍ଭିବି...

କେଉଁଠୁ ?

ଆରମ୍ଭରୁ ଶେଷ ...

ନା, ଶେଷରୁ ଆରମ୍ଭ ??

* * *

ସୁନନ୍ଦା ବି ମହାପାତ୍ର

ବାଙ୍ଗାଲୋର୍


Rate this content
Log in