STORYMIRROR

Sunanda B Mohapatra

Others

5.0  

Sunanda B Mohapatra

Others

ମଞ୍ଜୁର୍

ମଞ୍ଜୁର୍

1 min
217



ରନ୍ଧା ଯାଇଥିବା ପହିଲି ଖାଦ୍ୟ

ଠାକୁରଙ୍କୁ ଲାଗି କଲାପରି,

ମୁଁ ତୁମକୁ ଦିଏ,

ମୋ'ର ସବୁଠୁ ପ୍ରଥମ,

ସବୁଠୁ ସୁନ୍ଦର,ବାଂଛିତ ଶ୍ରଦ୍ଧା,ପ୍ରେମ,ଭାବ,

ଅନୁରାଗଭରା ନୈବେଦ୍ୟ,

ତୁମେ ହାତପାତି ମାଗିବା ଆଗରୁ...!

ଅଥଚ ତୁମେ,

ସଭିଙ୍କୁ ବାଣ୍ଟିଲା ପରେ,

ବଳି ପଡ଼ିଥିବା ବାସି,ପୂତିଗନ୍ଧମୟ ଉଛ୍ଛିଷ୍ଟ

ଯେତେ ସବୁ ଅଜାଡ଼ି ଦିଅ,

ଅନିଛା,ଅନାଗ୍ରହ,ଘୃଣା ଓ ବିରକ୍ତିର ଭାବ ସହିତ,

ମୁଁ ଅହର୍ନିଶି ହାତ ପାତିଥିବା ଶୂନ୍ୟ ପାପୁଲିରେ....

ଯାହାକୁ ମହାର୍ଘ୍ୟ ଭାବି ମୁଁ ସାଇତି ରଖେ

ମୋ' ହୃଦ ମନ୍ଦିରରେ,

ତୁମ ହାତଟେକା ସବୁକିଛି ମଞ୍ଜୁର୍ ମୋ ପାଇଁ....

ଭୋକ ମୋର ମରୁ କି ନମରୁ...!!

* * *

Sunanda B Mahapatra.

Bangalore.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍