STORYMIRROR

Sunanda B Mohapatra

Others

5.0  

Sunanda B Mohapatra

Others

ସମୟ

ସମୟ

1 min
530


ମୁହୂର୍ତ୍ତ ମୁହୂର୍ତ୍ତ ହୋଇ ଦିନ ସବୁ ମାସ ହୋଇଯାଏ,

ମାସ ସବୁ ବର୍ଷ ପାଲଟନ୍ତି,

କେହି କେବେ ପାରେ ନାହିଁ ଜାଣି,

ସବୁ ଆଖି ଧୋକା ଦେଇ

ଋତୁମାନେ କେତେ ବେଳେ

ରଙ୍ଗ ବଦଳାନ୍ତି !

_ _

ବାଲ୍ୟରୁ ଶୈଶବ ଦେଇ

ଶୈଶବୁ କୈଶୋର ଡେଇଁ

ଯୌବନରୁ ବାର୍ଦ୍ଧକ୍ୟ ରାସ୍ତାରେ

କେହି କେବେ ପାରେ ନାହିଁ ଧରି,

ବିବାକ୍ ମଣିଷ କେବେ ଶବ ପାଲଟନ୍ତି !!

_ _

ଦୁଃଖ ଆସି ଗାର ଟାଣେ ସୁଖର ଛାତିରେ

ସ୍ୱପ୍ନ ଯେତେ ଧୋଇ ଯାଏ ଆଖିର ଲୁହରେ,

ଶବ୍ଦ ସବୁ ଶୂନ୍ୟରେ ମିଳାନ୍ତି,

କେହି କେବେ ପାରେ ନାହିଁ ବୁଝି,

ଛାତି ସବୁ କେତେବେଳେ ପଥର ହୁଅନ୍ତି !!!

* * *

Sunanda B Mahapatra.

Bangalore.


Rate this content
Log in