Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda B Mohapatra

4.5  

Sunanda B Mohapatra

ପତ୍ରଝଡ଼ା

ପତ୍ରଝଡ଼ା

1 min
190



ଏବେତ ପତ୍ରଝଡ଼ାର ଋତୁ !

ଥୁଣ୍ଟା ଗଛରେ ଆୟୁଷ ଝୁଲୁଛି,

ଜୀବନ,ଏବେ ଓଲଟି ଗଣିବା ଆରମ୍ଭ କରିଛି !

ପାଦେ ଗଲେ, ଦଶ ପାଦ ପଛକୁ ଫେରୁଛି !

ଖୁବ୍ ସନ୍ତର୍ପଣରେ ଧୀର, ନିଶବ୍ଦ ପଦପାତ ନେଇ

ମୃତ୍ୟୁ ଆଡ଼କୁ କ୍ରମଶଃ ବଢୁଛି !

ପୁରୁଣା କାନ୍ଥରୁ ଠାଆ ଠାଆ ଛାଡ଼ୁଥିବା ଚୂନପରି ଜୀବନ ପୃଷ୍ଠାରୁ ବୟସ ଲିଭୁଛି !

ଆଖିର ପରଳ ସହ ବାଦକରି ମାଡ଼ି ଯାଉଛି ଅସହାୟତା ।

ଅଜସ୍ର ଅଧୁରା ସ୍ୱପ୍ନସବୁ ନୀରିମାଖୀ ପରି

ପଡ଼ି ରହୁଛନ୍ତି ପଛରେ,

ଛୋଟିଆ ପୃଥିବୀଟି ଆଲୋକିତ ହେବା

ପୂର୍ବରୁ,ଡୁବି ଯାଉଛି ଆଶାର ସୂର୍ଯ୍ୟ !

ଜିତିବା ଚେଷ୍ଟାରେ

ସାହସୀରୂପୀ ଯୋଦ୍ଧା ହାରି ହାରି ଯାଉଛି !

ଭରସାର ସୈନ୍ୟ ଯେତେ ଛତ୍ରଭଙ୍ଗ ଦେଲେଣି,

ବିଶାଳ ଯୁଦ୍ଧକ୍ଷେତ୍ରଟା ଖାଁ ଖାଁ ମଶାଣୀ ସାଜିଛି !

ମୁଁ ଏବେ ଗଣିବାରେ ମଗ୍ନ ଜଳଜଳ ଉପରେ ଠିଆ ମୋ'ଛାତିତଳ ପଞ୍ଜର ହାଡ଼କୁ,

ଯାହା ଯନ୍ତ୍ରଣାର ନିଦାଘରେ ଶୁଖି ଶୁଖି ନଡ଼ବଡ଼ !

ହାତମୁଠା ମଝିରେ

ବେଶ କିଛି ଶୂନ୍ୟତା ଅନୁଭବ କରୁଥବା ମଣିବନ୍ଧକୁ ମାପି ପରଖୁଛି କେତେ ଅଛି,କେତେବା ଯାଇଛି !

ଗୋଟିଏ ପରେ ଗୋଟେ କଟାହେଇ ଚାଲିଛି ଢିଲା ହେଉଥିବା ହାତଘଣ୍ଟାର ଚେନ ।

ଥରକୁ ଥର ପିନ୍ଧା ପୋଷକ ସାଇଜ କରୁଛି ଦରଜୀ,

ବଦଳୁଛି ଚୁଡ଼ି ଓ ବ୍ଲାଉଜର ମାପ,ଚଷମାର ପାୱାର ।

ଆଖିତଳ କଳାଦାଗକୁ, ବୋହି ପଡ଼ିଥିବା କଜ୍ୱଳର ଧାର ଭାବି ପୋଛି ଆଣୁଛି ବାରମ୍ବାର !

ଆଖିର କୋରଡରେ ଧରିବ ଏବେ ଅୟୁତ ଯୁଗର, ମହଣ ମହଣ ଦୁଃଖ ।

କପାଳର କୁଞ୍ଚିତ ରେଖାକୁ ଆଉଁଶି

ମଝି ମଝିରେ ଚମକି ଉଠୁଛି ।

ହୁ ହୁ ଧୋବ ପାଲଟୁ ଥିବା ଧଳାକେଶକୁ ଲୁଚେଇ, ନିଜକୁ ନିଜେ ଧୋକା ଦେଉଛି ।

କେତେଦିନ ହେଲା ଦର୍ପଣ ଭିତରେ ଖୁବ୍ ଅଚିହ୍ନା ଆଉ କେହିଜଣେ ଦିଶୁଛି !

ହିସାବ କରୁଛି ଆଜି,କେତେବା ଜିଇଛି ଅବା କେତେ ମୁଁ ମରିଛି ।

ମରଣ ପୂର୍ବରୁ କେମିତି ମରିବାକୁ ହୁଏ ଆଜି ଅଙ୍ଗେ ଅଙ୍ଗେ ଭୋଗୁଛି !

ଜୀବନ,ଏବେ ଓଲଟି ଗଣତି ଆରମ୍ଭ କରିଛି.....!!

* * *

:Mahapatra B Sunanda.

Bangalore.


Rate this content
Log in