STORYMIRROR

Pranati Mahapatra

Abstract Inspirational

3  

Pranati Mahapatra

Abstract Inspirational

ଆସ ତୁମେ

ଆସ ତୁମେ

1 min
248

ତୁମେ ଆସିଛ ବୋଲି ଚତୁର୍ଦ୍ଦିଗ 

କସ୍ତୁରୀ, ଚନ୍ଦନର ମହମହ 

ବାସ ଛୁଟୁଛି,

ପବନ ବଦଳାଇ ଦେଇଛି ତା'ର

ଚିରାଚରିତ ଦିଗ,

ଅଦିନେ ଫୁଟୁଛି ମଲ୍ଲୀ,

କିଏ ଆସେ ଝୁଲିଝୁଲି ତ ଆଉ

କିଏ ମତୁଆଲା ହୋଇ।

କାକଳୀ ବି ନିଶାର୍ଦ୍ଧରେ କୁହୁତାନରେ

କରେ ତୁମକୁ ସୁସ୍ଵାଗତ,

ସଦା ହୋ ହାଲ୍ଲା, କୋଳାହଳ,

ହିଂସା, ଦ୍ଵେଷ ମୟ ପୃଥିବୀରେ,

ସତେ ଯେମିତି ତୁମ ଆଗମନରେ

କିଏ ଯେମିତି

ଶାନ୍ତିର କୁହୁକ ବାରି ସିଞ୍ଚନ କରିଛି।

ତୁମେ ଆସ

ଏ ଧରାଧାମରେ ତୁମରି ନାମରେ

ସତ୍ୟ ଶାନ୍ତି ଧର୍ମର ମଳୟ ବହିଯାଉ।

ସଭିଙ୍କ କର୍ଣ୍ଣ ପଟଳରେ ସଦା ଗୁଞ୍ଜରିତ ହେଉ

ଗୀତ, ବାଇବେଲ,କୋରାନର ପୂତପବିତ୍ର ମୋକ୍ଷ ଶବ୍ଦ,

ଅପଥରୁ ସୁପଥରେ ପରିଚାଳିତ

 ହେଉ ଏ ଧରା ମାନବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract