STORYMIRROR

Geeta Sarangi

Abstract Inspirational Others

3  

Geeta Sarangi

Abstract Inspirational Others

ଜୀବନ ଗୀତା-୩୪୦

ଜୀବନ ଗୀତା-୩୪୦

1 min
230


ଜୀବନରେ ପିଲାଦିନ

ସବୁଠୁଁ ସୁନ୍ଦର ସମୟ

ଫେରେନା ସେ ଦିନ ଆଉ

ସରଳ ନିଷ୍ପାପ ହୃଦୟ ॥୦॥

ଅତୀତର ସ୍ମୃତିରେ ମିଠାମିଠା

ଅନୁଭୂତି ଟିଏ

ବର୍ତ୍ତମାନରେ ସିନା କେତେ ଚିନ୍ତା

କରିବାକୁ ହୁଏ

ପିଲାବେଳ ଧୂଳିଖେଳ

ମାଆର କୋଳତ ସବୁଠୁଁ ନିର୍ଭୟ ଆଶ୍ରୟ ॥୧॥

ବଂଚିବା ନଶିଖିବି ଭରପୂର

ବଂଚିଲୁ ଜୀବନ

ବଂଚିବା ଶିଖି ଏବେ ସବୁବେଳେ

ଡରାଏ ମରଣ

ଦିନରାତି ନାହିଁ ଶାନ୍ତି

ପିଲାଦିନ ସ୍ମୃତି ଏକା

ଆନନ୍ଦ ହେବାର ପାଥେୟ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract