STORYMIRROR

Geeta Sarangi

Abstract

3  

Geeta Sarangi

Abstract

ଜୀଵନ ଗୀତା-୪୫୨

ଜୀଵନ ଗୀତା-୪୫୨

1 min
449


ନାଉରୀ ନୁହେଁ ନିଜର

ନଈ ସେତ ସାତପର

ଜୀବନ ମଝି ନଈରେ

କିଏ ମୋ ଏଠି ନିଜର


ଢିଙ୍କିଆ କୁମ୍ଭୀର ଏଠି

ବୁଲୁଛନ୍ତି ମାଳମାଳ

ପଡିଲେ ହାତରେ ତାଙ୍କ

କରିଦେବେ ଫାଳଫାଳ

ପାରୁନି ଜାଣି କିଏସେ

ନିଜର କିଏସେ ପର 


କୂଳରେ ଏରକା ବଣ

ନଈରେ ନୀଳ କମଳ

ଜାଣେନା ଏବେବି ସୁଦ୍ଧା

କିଏ ମୋର ଲକ୍ଷ୍ୟସ୍ଥଳ

କମଳରେ ନାଗସାପ

ଏରକାରେ ଯେ ଅସୁର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract