ଜୀବନ ଗୀତା-୪୪୬
ଜୀବନ ଗୀତା-୪୪୬
1 min
380
ସୁଗମ କେବେ ଜୀବନର ପଥ
କେବେପୁଣି ସେ ଦୁର୍ଗମ
ଗୋଲାପ ବିଛା ପଥ କେବେପୁଣି
ଲାଗଇ କଣ୍ଟକ ସମ ॥୦॥
ପାଇବାର ଆଶା ନେଇ
କିଏ ଚାଲିଥାଏ
ଦେଇଦେଇ ପଥ ସାରା
କିଏ ନିଃସ୍ୱ ହୁଏ
କ୍ଷଣିକ ଖୁସି ପାଇବାରେ ସିନା
ଦାନରେ ସୁଖ ପରମ ॥୧॥
ଆଶା ବୈତରଣୀ ନଦୀ
ବଢିବଢି ଯାଏ
ପୂରଣ ନହେଲେ ମନେ
ଦୁଃଖ ବଢିଯାଏ
ନିଃଷ୍କାମ ସେବା କରଇ ଯେ ତାର
ଆନନ୍ଦ ସଦା ଅସୀମ ॥୨॥
