STORYMIRROR

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା-୪୫୧

ଜୀବନ ଗୀତା-୪୫୧

1 min
387

ସମୟର ହାତୁଡିରେ

ହାଣି ହୋଇହୋଇ

ଜୀବନ ଶୋଇଛି ଆଜି

ଦରମଲା ହୋଇ ॥୦॥

ଜୀବନର ପଦେପଦେ

ମରଣ ଜଗି ବସିଛି

କୁଟିଳ ନିୟତି ହାତେ

କ୍ରୀଡନକ ସାଜିଅଛି

ନାହିଁ ଥଳ ନାହିଁ କୂଳ

ସୁଅରେ ପତର ପ୍ରାୟ

ଭାସଇ ଡୁବଇ ॥୧॥

ଜୟଯାତ୍ରା ଜୀବନର

ସମାପ୍ତ ହୋଇ ଯାଇଛି

ଓଜନିଆ ପାଦଶବ୍ଦ

ମରଣର ଶୁଭୁଅଛି

ନାହିଁ ଆଶା ନାହିଁ ଭାଷା

ଶଙ୍କିତ ହୃଦୟେ ସବୁ

ମୁହୂର୍ତ୍ତ ବିତଇ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍