STORYMIRROR

Geeta Sarangi

Abstract

4  

Geeta Sarangi

Abstract

ଜୀବନ ଗୀତା-୪୪୭

ଜୀବନ ଗୀତା-୪୪୭

1 min
329

ଜୀବନ କାହାର ଘଟଣାବହୁଳ

କାହାରବା ସାଧାରଣ

କାହାର ଜୀବନ ଚମକପ୍ରଦ ତ

କାହାର ବା ରଙ୍ଗହୀନ ॥୦॥

ସାଧନାମୟ ଜୀବନରେ ଆସେ

କେତେ ଘାତ ପ୍ରତିଘାତ

ସଂଗ୍ରାମ ଯିଏ ଜାରି ରଖିଥାଏ

ପାରି ହୋଇଯାଏ ସେତ

ନିରଳସ ଯାର ଜୀବନ ଯାପନ

ସିଏତ ଅସାଧାରଣ ॥୧॥

ଅଭିଯୋଗହୀନ ଜୀବନ ଯାର

ରହେ ସଦାବେଳେ ଖୁସି

ନିୟନ୍ତ୍ରଣରେ ରଖିପାରେ ଯିଏ

ନିଜ ମନ ଯେତେ ବେଶୀ

ଆତ୍ମପ୍ରତ୍ୟୟରେ ଝଲମଲ କରେ

ବ୍ୟକ୍ତିତ୍ୱ ତାର ମହାନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract