ମନେ ପଡେ ଫୁଲ ଫଗୁଣର ଛୁଆଁ
ମନେ ପଡେ ଫୁଲ ଫଗୁଣର ଛୁଆଁ
1 min
138
ତୁ ଯେବେ ଆସୁ ଝାପ୍ସା ଅନ୍ଧାରରେ
ଫୁଲ ବଜାରକୁ ନୀତି
ବଜାର ପୁରା ଭରା ଭରା ଲାଗେ
ଚମକି ଉଠେ ସେ ରାତି ।
ଶତପଦ୍ମ ଫୁଟେ ତୋ ସେଇ ରୂପରେ
ଖୁସିର ସମ୍ଭାର ବୁଣେ
ଉନ୍ମାଦିତ ହୁଏ ତାରା ଫୁଲ ସବୁ
ଭସା ବାଦଲର କୋଣେ ।
ପୂନେଇଁ ଜହ୍ନ ବି ଲୁଚି ଲୁଚି ଦେଖେ
ମେଘ ଉହାଡରୁ ତୋତେ
ଲାଜେଇ ଯାଇ ସେ ପୁଣି ହଜିଯାଏ
ମନେ ଭରି ଇର୍ଷା ଯେତେ ।
ଫୁଲଙ୍କ କଥା ତ ନ କହିବା ଭଲ
ଆନ୍ଦୋଳିତ ତାଙ୍କ ମନ
ଭଙ୍ଗା ମନ ନେଇ ତୋତେ ଦେଖୁ ଦେଖୁ
ଚୁନା ହୁଏ ସବୁ ସ୍ବପ୍ନ ।
ସତରେ ପ୍ରିୟା ତୁ ଅନୂଢା ରୂପସୀ
ଫୁଲ ଫଗୁଣର ଛୁଆଁ
ମୁଁ କିନ୍ତୁ ଏଠି ତୋ ବିରହ ପୀଡାରେ
ହୁତ୍ ହୁତ୍ ଜଳା ନିଆଁ ।