Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Classics Inspirational

3  

Amit Bal

Romance Classics Inspirational

ମନେ ପଡେ ସପନ ହଜାରେ ରଙ୍ଗର

ମନେ ପଡେ ସପନ ହଜାରେ ରଙ୍ଗର

1 min
149


ସୃଷ୍ଟିର ପ୍ରତିଟି ସୁନ୍ଦରତାରେ ମୁଁ

ଆଜି କାଲି ତମକୁ ହିଁ ପାଏ

ଲାଗେ ତମଠୁ ସୁନ୍ଦର ଯେମିତି

ଏ ଦୁନିଆରେ ଆଉ କେହି ନୁହେଁ ।


ତମ ସାଥେ ମିଳନର ସ୍ମୃତିକୁ

ମୁଁ ସାଇତି ରଖିଛି ଏ ଯାଏଁ

ଏଇ ମୋର ଛୋଟ ହୃଦୟରେ,

ମନ କହେ ଆସନ୍ତକି ତମେ କେବେ

ଶୁଣିବାକୁ ହଜାରେ ରଙ୍ଗର ସପନ

ଲୁଚି ଲୁଚି ପୁଣି ଜୀବନରେ ।


ଜାଣିଛି ସପନ ସହଜେ ସତ ହୁଏନା

ଅଙ୍କାବଙ୍କା ଜୀବନ ପଥରେ

ତଥାପି ଖୁସି ତ ମିଳି ଯାଏ ନା

ଜିଇଁ ବାକୁ ଦି ଦିନ ମନ ଆନନ୍ଦରେ ।


କିଏ ଜାଣେ ଏ ମହୀରେ ଆମେ

ଅତିଥି କେତେ ବା ଦିନର

ଆଜି ମଲେ କାଲିକୁ ନଥିବ

ସପନ ଏ ହଜାରେ ରଙ୍ଗର ।


Rate this content
Log in