Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Classics Inspirational

3  

Amit Bal

Romance Classics Inspirational

ମନେପଡେସାଥିଟିଏ ତମ ପରି

ମନେପଡେସାଥିଟିଏ ତମ ପରି

1 min
143



ତୁମେ ଯେଉଁ ଦିନ ‌ପ୍ରଥମ ଦେଖାରେ

ଆପଣାର କଲ ମୋତେ

ମନ ମରୁବୁକେ ଭରା ନିଦାଘ ରେ

ବର୍ଷି ଗଲା ମେଘ ସତେ ।


ଅନେକ ଦିନରୁ ଏଇ ମୋ ଜୀବନ

ହୋଇ ଥିଲା ସାଥି ହୀନ

ତମେ ଆସିଗଲ ମୋ ଦୁନିଆରେ ତ

ପୁରା ହେଲା ସବୁ ସ୍ବପ୍ନ ।


ବିଗତ ଦିନରେ ଏଇ ମୋ ମନରେ

ନଥିଲା ପ୍ରୀତିର ତାତି

ତମେ ମହକିଲ ମହ ମହ ଯେବେ

ପାହିଲା ଅନ୍ଧାର ରାତି ।


ହୋଇ ଗଲ ତମେ ଅମା ଅନ୍ଧକାରେ

ମୋ ଲାଗି ପୂନେଇଁ ଜହ୍ନ 

ପ୍ରୀତି ଅନୁରାଗେ ବାନ୍ଧି ଦେଇ ପୁଣି

ଚୋରି କଲ ମୋର ମନ।


  


Rate this content
Log in