STORYMIRROR

Amit Bal

Inspirational

3  

Amit Bal

Inspirational

ଆସିଛି ପାର୍ବଣ

ଆସିଛି ପାର୍ବଣ

1 min
148

ପାର୍ବଣ ଆସିଛି ପବିତ୍ର ମହୀରେ

ଶରତର ଆଗମନେ

ଅବତରି ଆସ ହେ ମା ଦଶଭୂଜା

ସୁନ୍ଦର ଏଇ ଭୂବନେ  


ଭୂମିରୁ ଅମ୍ବର ରୋଷଣୀ ସର୍ବତ୍ର

ଭାବେ ଭରିଅଛି ଭକ୍ତି

ସବୁ ବାଧା ବିଘ୍ନ କରି ଦିଅ ଦୂର

ମନେ ଦେଇ ତୁମ ଶକ୍ତି 


ପଲ୍ଲବିତ ହେଉ ମନ ତରୁ ଡାଳ

ଭକ୍ତିରେ ତୁମର ଭିଜି

ଏ ଜୀବନ କଟୁ ତୁମରି ସେବାରେ

ତୁମ ପାଦେ ଯାଉ ହଜି 


ଦୂର୍ଗତିନାଶିନୀ ଶକ୍ତି ପ୍ରଦାୟିନୀ

ମହିଷାମର୍ଦ୍ଦିନୀ ମାଆ

ସକଳ ଆଶାରେ ଜଗତ ଚାହିଁଛି

ପାଇବାକୁ ତୁମ ଛୁଆଁ  


କୃପାକର ମାଆ ଆବିର୍ଭୂତା ହୋଇ

ଏ ମର୍ତ୍ତ୍ୟଭୂବନେ ଏବେ

ସକଳ ଆଶାର ସମ୍ଭାବନା ସାଜି

ପ୍ରେମ ପ୍ରୀତିର ଏ ଭବେ ...!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational