STORYMIRROR

Narendra Sahu

Abstract Others

3  

Narendra Sahu

Abstract Others

ଦୀପାବଳୀ

ଦୀପାବଳୀ

1 min
13.5K


ଆସିଅଛି ଆଜି ଦୀପାବଳୀ ସାଜି

ସ୍ନେହର ଆଲୋକ ପର୍ବ,

ଭାତୃ ପ୍ରେମ ସ୍ନେହେ ବନ୍ଧା ହେବା ସର୍ବେ

ଭାଙ୍ଗିଦେଇ ଅହଂ ଗର୍ବ।୦।

କେହି କହେ ତାକୁ ବିଜୟର ପର୍ବ

ସତ୍ୟ ରକ୍ଷା ବଚନର,

ଫେରିଥିଲେ ବୋଲି ଆଲୋକକୁ ଜାଳି

ଅଯୋଧ୍ୟାକୁ ରାମଚନ୍ଦ୍ର।୧।

କେହି କହେ ତାକୁ ପିତୃ ପୁରୁଷକୁ

ବିଦାୟ ଦେବାର ପାଳି,

ଆସି ଅନ୍ଧାରରେ ଯିବ ଆଲୁଅରେ

ସେଥିଲାଗି ଦୀପାବଳୀ।୨।

ଦୀପାବଳୀ ଆସି କାନରେ ଆଉଁଷି

ଦେଇଯାଏ କର୍ଣ୍ଣ ମନ୍ତ୍ର,

ଅନ୍ଧାର ହଟାଅ ଆଲୁଅ ଜଳାଅ

ଶରୀର କରି ପବିତ୍ର।୩।

ଦୀପର ଶିଖାରେ ସବୁ ଟଳିପାରେ

ଅହଙ୍କାର ଅନ୍ଧକାର,

ଦୀପର ଶିଖାଟି ଜଳାଇ ଦିଏଟି

ମନ୍ଦ ସଂଶୟ ମନର।୪।

ଖୁସି ହେଉ ଖାଲି ଦୀପଟିଏ ଜାଳି

ଦୀପାବଳୀ ପରି ଦିନେ,

ଜ୍ଞାନର ଦୀପରେ ରୁହ ଜୀବନରେ

ଦୀପାବଳୀ ସବୁଦିନେ।୫।

ଦୀପାବଳୀ ଦୀପ ନାଶ କରେ କୋପ

ଜ୍ଞାନର ଆଲୋକ ଜାଳି,

ଆଲୋକର ପର୍ବ ଦୀପାବଳୀ ଗର୍ବ

ଆସିଅଛି ଦୀପାବଳୀ।୬।

©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract