STORYMIRROR

Narendra Sahu

Others

2  

Narendra Sahu

Others

ସ୍ୱପ୍ନ

ସ୍ୱପ୍ନ

1 min
5.7K


ସ୍ୱପ୍ନ

***********************

ସ୍ୱପ୍ନ ଦେଖିବାକୁ ମନା କେବେ ନାହିଁ

ସ୍ୱପ୍ନ ନିତି ଦେଖି ଚାଲ,

ବାସ୍ତବ ଅବାସ୍ତବ ଯେ ଦୁଇଟି ସ୍ୱପ୍ନ

ଗୋଟେ ମନ୍ଦ ଗୋଟେ ଭଲ।

ନିଜ ବଳେ କରି ପାରିଲେ ସମ୍ଭବ

ସ୍ୱପ୍ନଟି ହେବ ବାସ୍ତବ,

ଅବାସ୍ତବ କେବେ ନ ହେବ ସମ୍ଭବ

ଥିଲେ ପଛେ ଯେତେ ଭାବ।

ବାସ୍ତବ ସ୍ୱପ୍ନରେ ଦେଲେ ସୁଦ୍ଧା ମନ

କର୍ମ ଯେ ତାହାର ମୂଳ,

କର୍ମ ଓ ବଚନ ହୋଇଲେ ସମାନ

ସ୍ୱପ୍ନ ଦିଅଇ ସୁଫଳ।

ସ୍ୱପ୍ନ ଦେଖି କେବେ ନ ହୁଅ ଭୋଳ

ସ୍ୱପ୍ନ ମାହଙ୍କାଳ ଫଳ,

ଉପରଟା ତାର ଚହଟ ଚିକ୍କଣ

ଭିତରଟା ଖାଲି ଖୋଳ।

ସୁନ୍ଦର ବୋଲିଣ ପଛେ ଦଉଡିଲେ

ମରୁ ମରୁଚିକା ଖାଲି,

ବାସ୍ତବ ପଛରେ ଦଉଡିଲେ ଭଲେ

ସତ ସେ ହେବଟି କାଲି।

ଅବାସ୍ତବେ ଦେଲେ ଧ୍ଯାନକୁ ତୁମର

ଫଳ କେବେ ନ ପାଇବ,

ବାସ୍ତବ ସ୍ୱପ୍ନଟି ହୋଇବ ସାକାର

ହୋଇପାରେ ସେ ବିଳମ୍ବ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍