ସ୍ୱପ୍ମ ମୋତେ ବଞ୍ଚାଇଲା
ସ୍ୱପ୍ମ ମୋତେ ବଞ୍ଚାଇଲା
ସ୍ୱପ୍ନ ମୋତେ ବଞ୍ଚାଇଲା
***********************
ମନ ଅରଣ୍ଯରେ ଘୁରି ବୁଲୁଥିଲି
ଏକାକୀ ଭାବନା ପଥେ,
ମୁଦିତ ନୟନେ ମନ ବୃନ୍ଦାବନେ
ସ୍ୱପ୍ନଟି ଦେଖିଲେ ନେତ୍ରେ।
ସେ ସ୍ୱପ୍ନରେ ନିଜେ ମଜି ଯାଇଥିଲି
ଦୂର ଆକାଶର ପଥେ,
ଉଜ୍ଜଳ ଆଲୋକ ସମ୍ଭାବନା ଟିକ
ଟାଣି ନେଉଥିଲା ମୋତେ।
ମନ ଭାରାକ୍ରାନ୍ତ କରିବାକୁ ଦୂର
ସ୍ୱପ୍ନ ଯେ ଶିଖାଇ ଦେଲା,
ନିଃସହାୟ ଭାବ ଦୂର କର ତବ
ସ୍ୱପ୍ନ ମୋତେ କହିଗଲା।
ବଞ୍ଚିବାର ରାହା ସ୍ୱପ୍ନରେ ଯେ ଆହା
ଭରିରହିଅଛି କେତେ,
ମନେ ଜାଗରଣ ଆଣଇ ସପନ
ଦେଖାଇ ଯାହାକୁ ଯେତେ।
ଭଙ୍ଗା ହୃଦୟରେ ଭରିଦିଏ ଧିରେ
ପ୍ରେମର ଭାବନା ସ୍ରୋତ,
ନିରାଶ ପ୍ରେମିକ ମନେ ଦିଏ ସୁଖ
ସପନ ସାଜିଣ ମିତ।
ବିତୃଷ୍ଣା ମନରେ ଆଶା ତ ସଞ୍ଚାରେ
ସପନ ଭାବନା ସତେ,
ମରୁଡି ଜୀବନେ ପୁଣି ବୀଜ ବୁଣେ
ଚଲାଏ ତପସ୍ୱା ପଥେ।
ଦେଖାଏ ସପନ ନୂତନ ଜୀବନ
ମୃତ ମନ ଭାବନାରେ,
ସେହି ସପନରେ ନର ଲାଗେ ତୀରେ
ସ୍ୱପ୍ନ ସାଥୀ ଜୀବନରେ।
ସ୍ୱପ୍ନ ଯେ ମୋହର ଜୀବନ ରାହାର
ସୂତ୍ର ମୋତେ ମିଳିଗଲା,
ସ୍ୱପ୍ନ ଯୋଗୁଁ ମନ ପାଇଲା ଜୀବନ
ସ୍ୱପ୍ନ ମୋତେ ବଞ୍ଚାଇଲା।
©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।
