STORYMIRROR

Narendra Sahu

Others Tragedy

3  

Narendra Sahu

Others Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
3.5K



ନିର୍ବିକାର ନିର୍ଲିପ୍ତ ହୃଦୟ ନେଇ

କୋଳାହଳ ଶୂନ୍ଯ ସ୍ତମ୍ଭ

ସ୍ଥିତି ଅଛି,ନାହିଁ ଦମ୍ଭ

ଲୋକ ହିତେ ଥାଇ

ଥୁଣ୍ଟା ପ୍ରାଣ ନେଇ।


ଅତୀତଟା ମୋର ସବୁଜ ସତେଜ

ପୁଷ୍ପ ଫଳ ଭରପୁର

ଉଡୁଥିଲେ କାହିଁ କେତେ

କୀଟ ଖଗ ନିରନ୍ତର

ଡାଳରୁ ଡାଳ ଡେଇଁ।


ଜନ୍ମରୁ କଲି ସଭିଁଙ୍କ ଉପକାର

ଦେଇ କାଷ୍ଠ ପ୍ରାଣ ନୀର

ଆପଣା ପର ନ ଭାବଇ

ଆଶ୍ରିତ ଥିଲେ ବାଟୋଇ

ଏବେ କେହି ନ ଚାହିଁ।


ଥୁଣ୍ଟା ଜୀବଟିଏ,ଥୁଣ୍ଟା ମୋ ଜୀବନ

ବୃଦ୍ଧ ବୟସ କି ବୃଦ୍ଧ ଜନ

ଯୁବ କାଳେ ସର୍ବସ୍ୱ ଦେଇ

ହତାଦର ଆଜି ମୁହିଁ

ଆଶା ଅଛି ଭରସା ନାହିଁ।


ଶେଷ ପ୍ରାଣ ମୋର,ଅନ୍ଯ ଉପକାର

ଜାଳେଣିର ରୂପ ନେଇ

ଶେଷେ ବୃଦ୍ଧ କାଳେ ମୁଁ ଯେ

ହୋଇଅଛି ଧରାଶାୟୀ

ଥୁଣ୍ଟା ଜୀବନ ମୋର,ଥୁଣ୍ଟା ଗଛ ମୁହିଁ।


ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍