STORYMIRROR

Narendra Sahu

Inspirational Others

3  

Narendra Sahu

Inspirational Others

ନ ମଣ ଜୀବନ ହୀନ

ନ ମଣ ଜୀବନ ହୀନ

1 min
480



ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ

ଏ ଧରାଧାମରେ ରୁହ ଯେତେଦିନ

ନ ମଣ ଜୀବନ ହୀନ.....।


ପଶୁପକ୍ଷୀ କୀଟ ହୁଏ ଛଟପଟ

ନ ନେଇ ଦୁର୍ଲଭ ଏ ମନୁଷ୍ଯ ଘଟ,

କାଳ ଯେ କାଟନ୍ତି ସବୁ ଘୋର ବନ

ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ।


ଧରାଧାମେ ଆସି ଫେଡିଲୁ ନୟନ

ଉପଭୋଗୁ କଲୁ ଐଶ୍ୱର୍ଯ୍ଯ ଭୂବନ,

ଦୁଃଖ ବେଳେ କାହିଁ ଭାଙ୍ଗୁଛୁ ତୋ ମନ

ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ।


ଦାରିଦ୍ର୍ଯ କଷଣ ପରା ଏ ଜୀବନ

ନ ଜାଣୁ କି ତୁହି ଆରେ ଗଣ୍ଠିଧନ,

ଅଥୟ କରିଛୁ ତୋର ମନ ପ୍ରାଣ

ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ।


ମର୍ତ୍ତ୍ଯ ମଣ୍ଡଳରେ ଦେହ ଯେ ବହଇ

ଦେବତା ହେଲେ ହେଁ ସିଏ ତ ମରଇ

ଏ କଥା ରଖିଥା ତୁହି ଯେ ମନ

ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ।


ଜୀବନ ବହିଟା ନୁହେଁ ବେଶୀ ମୋଟା

ଅବାଟରେ ଗଲେ ହେବୁ ହଟହଟା,

ଚିତ୍ତକୁ ତୋହର କରିବୁ ମଗ୍ନ

ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ।


ପର ନିନ୍ଦା କଥା ଦିଏ ସିନା ବ୍ଯଥା

ଘଟିବ ଯେ ଯାହା ନ ହୁଏ ଅନ୍ଯଥା,

ସଂସାରର ଏହି ଅଟେ ଲକ୍ଷଣ

ନ ମଣ ଜୀବନ ହୀନରେ

ଭାଇମାନେ ନ ମଣ ଜୀବନ ହୀନ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


Rate this content
Log in

Similar oriya poem from Inspirational