STORYMIRROR

Narendra Sahu

Others

2  

Narendra Sahu

Others

ସ୍ୱପ୍ନ ନାୟିକା

ସ୍ୱପ୍ନ ନାୟିକା

1 min
4.8K


ସ୍ୱପ୍ନ ନାୟିକା

***********************

ଆଗୋ ମୋର ସ୍ୱପ୍ନୀୟ ନାୟିକା

ସ୍ୱପ୍ନରେ ହିଁ କାହିଁ ଦେଉ ଦେଖା,

ଖୋଜି ବୁଲେ ଖୋଜି ବୁଲେ ତୋତେ

ସବୁ ରାତି ଦିନ ଏକା ଏକା।

ଭାବନାରେ ନିତି ମୋର ଆସୁ

ମନେ ମୋର ଫୁଲ ପରି ବାସୁ,

ମନଲୋଭା ଚାହାଣୀରେ ତୋର

ମନେ ମନେ ଖିଲି ଖିଲି ହସୁ।

ସପନରେ ଗୁଣୁ ଗୁଣୁ ଗାଉ

ପ୍ରେମ ପୀରତିର ଚଇତି ଗୀତ,

ଖୋଲି ବୁଲେ ସ୍ୱପ୍ନର ସାଥୀରେ

ତୁ ପରା ମୋର ସ୍ୱପ୍ନର ମିତ।

ଆଗୋ ମୋର ନୀଳ ନୟନା

ଥରୁଟି ତୁମେ କହି ଦିଅନା,

କେଉଁଠି ରୁହ ସ୍ୱପ୍ନ ମଇନା

କହିଦେ ତୋର ଘର ଠିକଣା।

ବରଷା ଶୀତ ଗ୍ରୀଷ୍ମ ବସନ୍ତ

ମାନୁନା କିଛି ଆସୁଛୁ ନିତି,

ସପନେ ଆସି ଯାଉଛୁ ଭାସି

ମନରେ ଭରି ସପନ ତାତି।

ଆଗୋ ମୋର ସପନ ନାୟିକା

ଆସ ମୋ ସପନେ ଏକା ଏକା,

ସାଥିରେ ତୋର ମିଶିବା ପାଇଁ

ନିତି ମୁହିଁ କରିଛି ପ୍ରତୀକ୍ଷା।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


Rate this content
Log in