STORYMIRROR

Narendra Sahu

Others

2  

Narendra Sahu

Others

ଆମେ ଓ ଜୀବନ

ଆମେ ଓ ଜୀବନ

1 min
272



ଜୀବନ ସୁଅରେ ଆମେ ଯେ ଯାତ୍ରୀରେ

ସୁଖ ଦୁଃଖ ଦୁଇ କୂଳ,

କେବେ ଏ କୂଳରେ କେବେ ସେ କୂଳରେ

ଗଡିଯାଏ ଆମ ବେଳ।


ରଙ୍ଗମଞ୍ଚ ପରା ଦୁନିଆଟା ସାରା

କରୁଅଛେ ଅଭିନୟ,

ଦାଦା ବାପା ଭାଇ ଚରିତ୍ର ଯେ ନେଇ

ଆମ ଅଭିନୟ ପ୍ରାୟ।


ଅଭିନୟ ଆମ ଏହି ସମାଜର

ଘଟଣାବଳୀକୁ ନେଇ,

ରାଗ ସାଥେ ଇର୍ଷା ହସ ଦରମିଶା

ଅଭିନୟେ ପ୍ରକାଶଇ।


ନାଟକ ଅଟଇ ଜୀବନଟା ଭାଇ

ଆମେ ଅଟୁ କଳାକାର,

ନିର୍ଦ୍ଦେଶକ ତାର ଅଟନ୍ତି ଇଶ୍ୱର

ଏ ଜୀବନ ନାଟକର।


ରାଗରେ ଯେ ଶତ୍ରୁ ହସରେ ଯେ ମିତ୍ର

ଆଗରେ ହୁଅନ୍ତି ଉଭା,

ଜୀବନ ଯାତ୍ରାରେ ରହିବେ ଦୁହେଁରେ

ଜୀବନର ଇଏ ଶୋଭା।


କିଏ ଦିଏ ଏଠି ହସର ଫଗୁଣ

ସାତ ରଙ୍ଗ ଭରିଦେଇ,

ଆଉ କେହି ଦିଏ ଲୁହର ଶ୍ରାବଣ

ଲୁହ ବନ୍ଯା ଆଣିଦେଇ।


ସବୁ ରଙ୍ଗ ଠାରୁ ପ୍ରେମ ରଙ୍ଗ ଭଲ

ଆଜୀବନ ଛାଡେନାହିଁ,

ପ୍ରେମ ରଙ୍ଗେ ଟିକେ ରଙ୍ଗଇଲେ ଭାଇ

ଦୁଃଖ ପାଖ ନ ମାଡଇ।


ସାତସୁରେ ବନ୍ଧା ଆମ ଏ ଜୀବନ

ସଂଗୀତରେ ଭରପୁର,

କର୍ମର ସଂଗୀତ ଜୀବନର ମିତ

କର୍ମ ଯେ ସତ୍ଯ ସୁନ୍ଦର।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍