STORYMIRROR

Narendra Sahu

Others

3  

Narendra Sahu

Others

କାଳ ରାତି ପାହି ଯା

କାଳ ରାତି ପାହି ଯା

1 min
349


ଭାଗ୍ଯ ସିନା ମୋର କଲା ହତାଦର

ହତଭାଗୀ କରି ମୋତେ,

ଗୁଞ୍ଜିବାକୁ ନାହିଁ ବାସ ଟିକେ ମୋର

ମାଘର ବାଘୁଆ ଶୀତେ।


ଭାବୁଅଛି ମୁହିଁ ଏ ଘନ ଅନ୍ଧାର

ହଟିବକି କେବେ ସତେ,

ଦାରିଦ୍ର୍ଯତା ମୋର ହଟନ୍ତା ଏଥର

ଚାଲନ୍ତି ମୁଁ ଭାଗ୍ଯ ପଥେ।


ଶୀତ ରାତି ଶୀତ କରେ ଭୟଭୀତ

କରାଳ ରୂପ ଦେଖାଇ,

କୋଳେ ଛୁଆ ମୋର କରଇ ଚିତ୍କାର

ଉଷୁମ ଟିକକ ପାଇଁ।


ତୁନି ଯାରେ ଧନ ମନ କରି ଟାଣ

କରେ ନାହିଁ ତୁହି ରଡି,

ଲୋଡା ନାହିଁ ତୋର କନ୍ଥା କି ଚାଦର

ଥିଲେ ମୋ ପଣତ ଧଡି।


ମାଆର ପଣତ ଶ୍ରୀମନ୍ଦିର ନେତ

ସରି ନୁହେଁ କେହି ତାକୁ,

ଆସୁ ଯେତେ ଝଡ ଦୁଃଖର ପାହାଡ

ଅଛିପରା ଢାଙ୍କିବାକୁ।


ହଟିଯା ଅନ୍ଧାର କପାଳରୁ ମୋର

ଚିରଦିନ ଲାଗି ତୁହି,

କାଖେ ଛୁଆ ମୋର ହେବ ବଳିୟାର

ଉଷାର ଆଲୋକ ପାଇ।


ଅଭାଗିନୀ ସେହି ଭାବନାରେ କହି

ଆଉଁସି ତା କୋଳ ଛୁଆ,

ଆଶ୍ୱସନା ଦେଲା ପଣତ ଘୋଡାଇ

କାଳ ରାତି ପାହି ଯାଆ।


©ନରେନ୍ଦ୍ରସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍