STORYMIRROR

Narendra Sahu

Others

2  

Narendra Sahu

Others

ସମୟ ତ ବଳବାନ

ସମୟ ତ ବଳବାନ

1 min
238



ସମୟର ଚକ୍ର ଅଟଇ ତ ବକ୍ର

ଗଡି ଗଡି ଯିବା ପାଇଁ,

ତଳ ଉପରର ଗତି ଯେ ତାହାର

ଚାଲୁଥାଏ ନିତି ସେହି।୧।


ଘଟଣା ସକଳ କରଇ ବିହ୍ୱଳ

ମନେ ଛବି ଆଙ୍କି ଦେଇ,

କିଛି ହୁଏ ସ୍ମୃତି ହୃଦୟକୁ ଜିତି

ମନୁ କେବେ ନ ପାଶୋରଇ।୨।


କିଛି ଦିଏ ବ୍ଯଥା ବଢାଇଣ ଚିନ୍ତା

ହୃଦୟେ ଯନ୍ତ୍ରଣା ଦେଇ,

କରେ ଭାରାକ୍ରାନ୍ତ ସେହି ଯେ ଅତୀତ

ଯେତେ ସଞ୍ଜ ଗଲେ ନଇଁ।୩।


ଆଜି ହେବ କାଲି ଦିନ ଗଲେ ଚାଲି

ଏଇତ କାଳର ଗତି,

କିଛି ନୁହେଁ ଚିର କରଇ ଅସ୍ଥିର

ସ୍ଥିର କରିଦେବା ମତି।୪।


ଜୀବନର ସ୍ରୋତ ନୁହେଁ ବିପରୀତ

କାଳର ଗତିରେ ଜାଣ,

ମଣିଷ ହାତରେ ନ ଥାଏ କିଛିରେ

ସମୟ ତ ବଳବାନ।୫।


ସମୟ ସାଥିରେ ଜୀବନ ଯେ ବନ୍ଧା

ଅାମେ ପରିସ୍ଥିତି ଦାସ,

ହାତ ଛନ୍ଦି ଯିବା ପ୍ରୟାସ କରିବା

ଆଶା ସାଥେ ହୋଇ ବଶ।୬।


ସମୟ ହିଁ ବଳ ସମୟ ହିଁ କଳ

ସମୟ ତ ବଳବାନ,

ସମୟ ବ୍ଯୁହରେ ଚାଲିଛୁ ଆମେରେ

ସମୟ ବଡ ମହାନ।୭।


© ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍