STORYMIRROR

Narendra Sahu

Inspirational

3  

Narendra Sahu

Inspirational

ଜୀବନର ଗୀତ

ଜୀବନର ଗୀତ

1 min
345


ମାନବ ଜୀବନ ନୁହଁଇ ସୁଲଭ

ଯାହା ତୁମେ ଭାବୁଅଛ,

ଚ'ରାଅଶୀ ଲକ୍ଷ ଯୋନି ପରେ ଲାଭ

ନ ମଣ ଜୀବନ ତୁଚ୍ଛ।୧।

ଦୁର୍ଲଭ ଜନମ ମଣିଷ ଜୀବନ

ପାଣି ଫୋଟକାଟି ସମ,

ହସର ଲୁହର ଜୀବନ ସାଥିରେ

ବାଣ୍ଟୁଥିବା ସ୍ନେହ ପ୍ରେମ।୨।

ନିନ୍ଦା କି ପ୍ରଶଂସା ମିଳିବ ସହସା

ସଂସାର ଆବାସେ ନିଶ୍ଚେ,

ନିନ୍ଦା ସାଥେ ନିଜ ଦୋଷ ତ୍ରୁଟି ଖୋଜ

ପ୍ରଶଂସା ନ ମିଳୁ ପଛେ।୩।

ଜୀବନ ସଂଗୀତ ହସ ଲୁହ ନିତ୍ୟ

ଉଠାଣି ଗଡାଣି ଦେଇ,

ସୁର ଲୟ ତାଳ ଖରା ଛାଇ ଖେଳ

ଭାବିଣ ଦେବା ବିତାଇ।୪।

ମାନ ଅଭିମାନ ଲୋଭ ସ୍ନେହ ପ୍ରେମ

ମନୁଷ୍ୟ ପାଖରେ ଥାଏ,

ଅଭାବେ ସ୍ୱଭାବ ନ ହାରି ବଞ୍ଚିବ

ଜୀବନ ଜୀଇଁବା ଯାଏଁ।୫।

ରୋଗ କଷ୍ଟ ଦୁଃଖ ନ ଛାଡିବ ପାଖ

ଚିର ସହୋଦର ଇଏ,

ଶିଖାନ୍ତି ଜୀବନେ ନିଇତି ଏମାନେ

ସଂଜରୁ ସକାଳ ଯାଏଁ।୬।

ଦୁଃଖ କିମ୍ପା କର ଜୀବନେ ତୁମର

ପାଖର ସଂପତ୍ତି ନେଇ,

କଣ ଆଣିଥିଲ କଣ ନେଇଯିବ

କାହିଁକି ଯେ ଭାବନାହିଁ।୭।

ଯାହା ବି ପାଇଛ ଯାହା ବି ଭୋଗୁଛ

ଜଗତ କରତା ପାଇଁ,

ବାକି ଜୀବନକୁ ଛାଡି ଦିଅ ତାଙ୍କୁ

ସାହା ହେବେ ସେହି ସାଇଁ।୮।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational