ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଦିନେ ତା'ର ମୂଳେ ଥିଲା ତ ଗହଳି
ଶୁଭୁଥିଲା କୋଳାହଳ
ପିଲା ଠାରୁ ବୁଢ଼ା ସଭିଙ୍କ ପାଇଁ
ତା'ମୂଳ ଖେଳିବା ସ୍ଥଳ ।
ଝଙ୍କାଳିଆ ଗଛ ଡାଳ ପତ୍ରେ ପୂର୍ଣ୍ଣ
ପିଲା ଛାଇରେ ଖେଳନ୍ତି ଖେଳ
ଥକି ଯାଇଥିବା ବାଟୋଈ ପାଇଁ ସେ
ଥିଲା ଯେ ଆଶ୍ରୟ ସ୍ଥଳ ।
ସେହି ଯାଗା ଆଜି ହୋଇଛି ଶ୍ରାହୀନ
ଶୁଭେ ନାହିଁ କାହିଁ ରୋଳ
କାଁ ଭାଁ ଏଠି ପକ୍ଷୀ ମାନଙ୍କର
ହୋଇଛି ଆଶ୍ରୟ ସ୍ଥଳ ।
ଥୁଣ୍ଟା ହୋଇ ଆଜି ଠିଆ ସେ ହୋଇଛି
ନାହିଁ କେହି ତାର ସାହା
ଶେଷ ଜୀବନେ ବି ପର ଉପକାରେ
ତା' ଦେହେ ଲାଗିବ ନିଆଁ ।
