ସବୁ ଠାରୁ ଦୂରରେ
ସବୁ ଠାରୁ ଦୂରରେ
ମହକୁ ଥିବା
ମୋ ଗାଁ ର ବର୍ଷା ବତୁରା ମାଟି
କାଦୁଅରେ ପଚ ପଚ ପାଦ ହଳକ
ହାତରେ ଜରି ବେଗ୍ ଓଜନିଆ ବହିର ସ୍ମୃତି
ସେଇ ଅଦିନିଆ ଇନ୍ଦ୍ରଧନୁ,
ଲେଉଟାଣି ଖରା,,
ଗାଁମୁଣ୍ତ ପୋଖରୀ ର ଶେଷ ପାହାଚ
ଚହଲା ପାଣିରେ ଦୋଳିଖେଳେ
ହାତରେ ଥାଏ କଟା କଞ୍ଚା ଆମ୍ବ ଲଙ୍କା
ଏବେ ସେହି ସ୍ମୃତି ସବୁ ମୋଠାରୁ ବହୁତ ଦୂରରେ…
ଏବେ ଆଉ ନାହିଁ
ମୋ ସାଥିରେ ମୋ ଜୀବନ ରେ
ମିଠାପଣ ଭରିଦେଇଥିବା ଜୀବନ୍ତ ଈଶ୍ୱରୀ
ପଢାଉନାହିଁ ଜୀବନର ପାଠ
ଶିଖାଉନାହିଁ ଆଉ କେମିତି ଅତିକ୍ରମ କରିହୁଏ
ଜୀବନର ସେ ଦୂର୍ଗମ ପଥ
ସମସ୍ତେ କୁହନ୍ତି ସେ ଚାଲି ଯାଇଛି
ସବୁଠାରୁ ଦୂରକୁ
ଆଉ କେବେ ଆସିବନି ଫେରି
ତା'ର ବାସ ଏବେ ସବୁଠାରୁ ଦୂରରେ
ଦୂର ଆକାଶର ଦୂର ଦୀଗନ୍ତ ଏବେ
ସେ ବନି ଯାଇଚି ଧୋବ ଫର ଫର ପରି…
ପବନରେ ଉଡିଲେ କୁଆଡେ
ପ୍ରେମ ରଙ୍ଗ ଖୁବ୍ ଲାଲ୍ ଦିଶେ
ଠିକ୍ ରାସ୍ତା କଡ ଝଙ୍କାଳିଆ କୃଷ୍ଣଚୁଡା ପରି
କାଳେ କାଳେ କଦମ୍ବ ବାହୁନି ହୁଏ
ଆଉ କହେ ହେ ସଖା
ଏଠାରେ ଆଉ କେହି ନାହିଁ ତୁମପରି
ତୁମେତ ଏବେ ସବୁଠାରୁ ଦୂରରେ
ଝୁରୁଛି ଯମୁନା ର ଜଳ , ଝୁରେ ଗୋପ
ଥରେ ତୁମେ ଆସନ୍ତନି ଫେରି......
ସବୁଠାରୁ ଦୂରରେ ଏବେ
ମୋଠାରୁ ମୋ ଗାଁ ଆମ୍ବ ତୋଟା
ଶଗଡ ଗୁଳା, ଦରପୋଡା ବେଣାପାଟ
ବିରି ମୁଗରେ ଭରା ଗହିରି ମୁଲକ,,
ସବୁଠାରୁ ଦୂରରେ ପର ହଲେଇ
ଉଡି ଯାଉଛନ୍ତି ହଳେ ଗେଣ୍ତାଳିଆ
ବଖାଣୁ ଛନ୍ତି ବୋଧେ ଆମେ ଟପି ଆସିନେ ତ
ମାଆ ମାତୃଭୂମି ଆଉ ଆମ ଭାରତ ମୁଲକ !!!!.....
ସୀମା ଟପିଗଲେ ଆମେ
କରିନେବେ ଆମକୁ ସେ ବନ୍ଦୀ
ସବୁଠାରୁ ଦୂରରେ ଥିବେ ଆମ ପରିବାର
ବିରହ ବିଧୁରିତ ଜୀବନ ସଂଘର୍ଷରେ
ଆମକୁ ଖୋଜି ଖୋଜି ହେଉଥିବେ ଧନ୍ଦି
ଚାଲ୍ ଫେରିଯିବା ଆମ ମାଟି ମାଆ କୋଳେ
ତା' ଧୂଳିରେ ହେବା ଲଟ ପଟ ଆମେ
ଦୁହେଁ ହୋଇ ଛନ୍ଦା ଛନ୍ଦି…
