STORYMIRROR

Mamatamanjari Das

Others

4  

Mamatamanjari Das

Others

ନିଛାଟିଆ ଗଛ

ନିଛାଟିଆ ଗଛ

1 min
16

ପାଳିଲା , ପୋଶିଲା

ବଡ ସେ କରିଲା

ମୁଣ୍ଡ ଝାଳ ତୁଣ୍ଡେ ମାରି

ପତ୍ରଝଡା ବେଳ ଏବେତାର ହେଲା

ଶରୀରକୁ ଛାଡି ଉଡିଯିବ କେବେ ଶାରୀ


ଯେଉଁ ଘରେ ଦିନେ

ଗହଳିଟି ଥିଲା

ପଢା ହେଉଥିଲା ଗୀତା ଭାଗବତ

କୁନି କୁନି ଶାବକ ଙ୍କ ଆନନ୍ଦ ଉଲ୍ଲାସ

ଗହଳି ଚହଳିରେ ଫାଟି ପଡୁଥିଲା

ଲାଗୁଥିଲା ରାଜ ଉଆସ


ଗଛ ପରି ଯିଏ 

ଦିନେ ଛାଇ ଦେଉଥିଲା

ସବୁ ବୋଝକୁ କାନ୍ଧରେ ବୋହି

ପାଳିଲା ପୋଶିଲା ବଡ କଲାପରେ

ପର ଲାଗିଗଲା ଶାବକ ଦେହରେ

ଉଡିଗଲେ ଫୁର୍ ହୋଇ


କୋଳାହଳ ଶୂନ୍ୟ

ଶୁନ୍ ଶାନ୍ ଘର ଭିତରେ

ନିଛାଟିଆ ଆଜି ଗଛ

ଅତୀତ ସ୍ମୃତି କୁ ମନକୁ ଆଣିସେ

ପାଉଛି ଖାଲି ଯା ହୃଦୟେ ଦୁଃଖ


ପଲ୍ଲବ ବିହୀନ

ଶୁସ୍କ ଡାଳ ତାର

ଏବେ ଖଣ୍ଡ ଖଣ୍ଡ ହୋଇ ଝଡେ

ନିଛାଟିଆ ଗଛ ଏକୁଟିଆ ଥାଇ

ସ୍ମୃତିକୁ ସାଉଁଟି ଖାଲି ଯାହା ମୁଣ୍ଡ କୋଡେ ।।


Rate this content
Log in