STORYMIRROR

Mamatamanjari Das

Inspirational

4  

Mamatamanjari Das

Inspirational

କାଳ ଗୁମ୍ଫା

କାଳ ଗୁମ୍ଫା

1 min
35

ପାଞ୍ଚମନ ଆଉ ପଚିଶ ପ୍ରକୃତି ନେଇ

ଧରାପୃଷ୍ଠେ ମଣିଷର ଜନ୍ମ

ମୋହ ମାୟାରେ ହେଲେ କବଳିତ

କାଳ ଗୁମ୍ଫା ଆଡେ ଯାଏ ମନ।


ଚୋରି ଦାରି ମଦ ମତ୍ସ୍ୟ ଲୋଭେ

ମନ ହେଲେ କବଳିତ

ଧର୍ମ ଅଧର୍ମର ମହତ୍ୱ ବୁଝନା ସେ

ଆପଣାଏ ଯେତେ କୁପଥ ।


ପରିବର୍ତ୍ତନର ପ୍ରବାହ ଏମିତି 

ସମୟର ଅନୁସାରେ 

ବଦଳିବା ପରା ସଂସାର ନିୟମ 

ହୁଏ ସବୁ ସମୟରେ।


ବ୍ୟତିକ୍ରମ ଯଦି ହୁଏ ସଂସାରରେ 

ବ୍ୟତିବ୍ୟସ୍ତ ହୁଏ ମନ 

ବିଶୃଙ୍ଖଳା ଆସି ପିଟୁଥାଏ ମଥା 

ବଦଳା ମୁଖ୍ଯ କାରଣ।


ସଂସ୍କାର ସଂହିତା ରୁହେନାହିଁ ଆଉ

ମାନେନା ନିତି ଅନିତୀ

ବଡସାନ ବାଛ ବିଚାର ନକରି

କରେ କାଳଗୁମ୍ଫା ଆଡେ ଗତି ।


କ୍ଷତିଗ୍ରସ୍ତ ହୁଏ ଜନ ଜୀବନର 

ବଦଳା ଭାବକୁ ନେଇ 

ଅପ୍ରସ୍ତୁତ ଭାବ କରେ ବିଚଳିତ 

ବିପରୀତ ସ୍ଥିତି ପାଇଁ ।


ଗୁରୁ ଗୁରୁଜନେ ମାନନ୍ତି ନି କେହି

ଡମ୍ବରୁ କହେ ମୁଁ ବଡା

ଚାକଚକ୍ଯ ଏବେ ଜୀବନ ଜୀବିକା 

ସର୍ବେ କାଳ ଗୁମ୍ପା ମୁହେଁ ଛିଡା ।


ସବୁଜିମା ଆଜି ହୋଇଲାଣି ଲୁପ୍ତ

ପ୍ରାସାଦ ହୋଇଛି ଠିଆ 

ଚାକଚକ୍ଯ ଏବେ ଜୀବନ ଜୀବିକା 

ସଭିଙ୍କ ଅନ୍ତରେ ନିଆଁ।


ଲୋକ ଦେଖାଣିବା ଭାବ ଏହିଠାରେ

ନାହିଁ ଚେତନା ଲହରୀ 

ଛଳନାରେ ପୂର୍ଣ୍ଣ ବିବେକ ମନ ପ୍ରାଣ 

ସମ୍ପୂର୍ଣ୍ଣ ପଡୁଛି ବାରି।


ତଥାପି କେମିତି ଅବିଶ୍ବାସ ଘେର 

ଅଣନିଃଶ୍ବାସୀ ଜୀବନ 

କାଳ ଗୁମ୍ଫା ଆଡେ କରୁଅଛେ ଗତି

ଆସୁଛି ପ୍ରାକୃତିକ ଦୁର୍ଦିନ।


ଘର ଆଉ ଏବେ ଘର ହୋଇନାହିଁ 

ମନ ମିଳେ ନାହିଁ କାର

କଥା କଥାକରେ କଳି ତକରାଳ

ମନ ବୁଝେନା କେ କାର ।


ନାନା ଭାବନାର ଭରସା ଜଳରେ 

ଜୀବନ ବିପନ୍ନ ପ୍ରାୟ 

ପ୍ରାଚୁର୍ଯ୍ୟ ମୋହରେ କାଳଗୁମ୍ଫା ଯାଇ

ଡାକୁଛନ୍ତି ବିପର୍ଯ୍ୟୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational