ନାରୀ ଲୁହ ଆଉ ବର୍ଷା
ନାରୀ ଲୁହ ଆଉ ବର୍ଷା
ଝର୍କା ସେପାଖରେ ତୁମେ ଅଛ
ଏପାଖ ରେ ଅଛି ମୁଁ
ତୁମେ ଝରିଯାଅ ବିଭୋର ପଣରେ
ଦୁଃଖରେ ଝରଇ ମୁଁ ।
ତୁମେ ଆସିଗଲେ ଖୁସି ଆସିଯାଏ
ସବୁଜିମା ଭରେ ମହୀ
ମୁଁ ଝରିଗଲେ ବତାସ ଟା ଆସି
ଛାତିକୁ ଦିଏ ଥରାଇ ।
ତୁମ ରୂପରେଖ ବଦଳି ଯାଏ ଯେବେ
ଅକାଳରେ ଯାଏ ପ୍ରାଣ
ମୋ ଆଖିରୁ କିନ୍ତୁ ସବୁ ଝରିଗଲା ପରେ
ଶୀତଳ ଲାଗେ ଜୀବନ ।
ମୋର ସଦା ଭିଜା ଶ୍ରାବଣ ପଣତ
ତୁମେ ବସୁଧା କୋଳରେ ସ୍ରୋତ
ନାରୀ ନଦୀ ବର୍ଷାପରା ସଭିଏଁ ଏକା
ସଦା ସିଏ ପ୍ରବହମାନ ସ୍ରୋତ ।
ତୁମେ ମୌସୁମୀର ଶାନ୍ତ ଶୀତଳ ଝର
ମୁଁ ସର୍ବସଂହା ନାରୀ ଆଖିର ନୀର
ତୁମେ ଝରିଗଲେ ଓଦା ହୁଏ ପୃଥିବୀ
ମୁଁ ଝରିଗଲେ ସୃଷ୍ଟି ହୁଏ ଥରହର ।
ଆମ ଚେହେରା ଟା ଏକାପରି
କେହି ନୁହେଁ କାହା ସରି
ଜଣେ ଝରିଯାଏ ମୌସୁମୀ ଆକାଶୁ
ଜଣେ ଆଖି ଆକାଶର ବାରି ।
