ଭାବିବାକୁ ସମୟ
ଭାବିବାକୁ ସମୟ
କିଏ ଜାଣେ..
ଆଉ ଭାବିବା ପାଇଁ ସମୟ
କାଲିକୁ ମୋ ପାଇଁ ଥିବ କି ନଥିବ
ଏମିତି ତ ଭାବି ଚାଲିଛି
ଦଶବର୍ଷ ହୋଇଗଲାଣି ଏହା ଭିତରେ
ବିତି ଗଲାଣି ଯୁଗଟିଏ ବୋଧେ
ତୋର ଗୋଟିଏ କଥା ଏବେବି
ମୋ କାନରେ କରେ ଗୁଞ୍ଜରଣ
" ବବି " ତୁ ଯେଉଁ ମାନଙ୍କୁ ନିଜର କହୁଛୁ
ସେମାନେ ତୋ ନିଜର ନୁହନ୍ତି କେବେ
ସେମାନେ ତୋ ସାଥିରେ ଅଛନ୍ତି
କେବଳ ତୁ ସେମାନଙ୍କ ର ଆବଶ୍ୟକ ବୋଲି…
ମୁଁ କହେ ଧେତ୍…
ତୁ ପିଲା ଲୋକ ବୁଝିନୁ ଏଯାଏଁ
ସମ୍ପର୍କ ର ମୂଲ
ଏମାନେ ପରା ଆମର ରକ୍ତ ସମ୍ପର୍କୀୟ
ଅତି ଆପଣାର ,,
ହସିଦେଇ ତୁ କହିଥିଲୁ
ସମୟ ଆସିଲେ ତୁ ବୁଝିଯିବୁ ନିଶ୍ଚୟଁ…
ହଁ …ହଁ…
ସତରେ ଏହି ଦଶବର୍ଷ ଭିତରେ
ମୁଁ ଗୋଟି ଗୋଟି ବୁଝି ସାରିଲିଣି ସମସ୍ତଙ୍କୁ
ଭାବିବାକୁ ସମୟ ବହୁତ ମିଳିଛି
ସେଥିପାଇଁ ତ ସବୁ ସମ୍ପର୍କକୁ ତିଳାଞ୍ଜଳି ଦେଇ
ମୁଁ ଆଜି ମୋ ଭାବନାରେ ମଗନ ହୋଇଛି
ଭାବିବାକୁ ସମୟ ଅଛି ବୋଲି ତ
ଏ ପ୍ରତିଲିପିକୁ ଆପଣାଇ ନେଇଛି ନିଜର କରି
ତୋ ସହିତ ମୋ ଜୁଇ ତ ଜଳିଯାଇଥିଲା ସେଦିନ…
ତତେ କେମିତି ବୁଝେଇବି କହ..
କେବେ ଆଉ ବଂଚିଥିଲି ଯେ ?
ଢୋକେ ପିଇ ,ଦଣ୍ଡେ ଜିଁ ଯିବାର ପ୍ରୟାସରେ ତ
ସାରା ଜୀଵନଟା ବ୍ୟତିବ୍ୟସ୍ତ ହୋଇଗଲା...
ସାରା ସଂସାର , ଏକ ବିସ୍ତୀର୍ଣ୍ଣ ସମୁଦ୍ର
ଆଉ ତାର ବାଲୁକା ରାଶି ଉପରେ
ଶାମୁକା ସାଉଁଟି ସାଉଁଟି ..
ଆଜି ଥକି ପଡ଼ିଲି!
ଏତ ସବୁ ନିର୍ଜୀବ!
ଦିଗନ୍ତ ବିସ୍ତାରି ନୀଳ ଜଳରାଶିପାଇଁ
କେବେ ଆଉ ଆକୃଷ୍ଟ ହେଲି ଯେ !
ସମ୍ପର୍କରେ ସମୃଦ୍ଧ ହେବାର ଅପଚେଷ୍ଟା
କେବଳ ଗୋଟେ ମରୁ ମରୀଚିକା
ଗଦାଗଦା ଖୋଳପା ଗୁଡ଼ା
ଏକାଠି କରିବାରେ ବିତିଗଲା ରାତିଦିନ
ଏବେ ଖାଲି ବଳକା ସମୟ ମୋର
ଭାବନାରେ ମଗ୍ନ…
ସମସ୍ତଙ୍କ ଠାରୁ
ଦୂରେଇ ଗଲା ପରେ
ଭାବିବାକୁ ସମୟ ଢେର୍ ମିଳୁଛି
ଝାପ୍ସା ଦିଶୁଥିବା ଅତୀତର ପୃଷ୍ଠା ଗୁଡ଼ା
କାହିଁ କେତେ ଦୂରରେ ଏବେ
ବାଲୁକା ଶଯ୍ୟା କିନ୍ତୁ ସୀମା ହୀନ…
ବାକିଥିବା ଆଉ କେଇ ପାହୁଣ୍ଡ ସାମ୍ନାରେ
କେମିତି କଟି ଗଲେ କିମ୍ଵା କାଟି ଦେଲେ ସବୁ ଶେଷ......
