STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ସୁପ୍ତ ପ୍ରଣୟର ସ୍ୱର

ସୁପ୍ତ ପ୍ରଣୟର ସ୍ୱର

1 min
280

ଦୀପାବଳୀର ଅମା ଅନ୍ଧାରରା

ରାତିର ଉଷୁମ ପହରରେ

ଆଖିରେ ବହଳିଆ ନିଦ ଘୋଟି ଆସିଲେ

ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଦୀପ କୁ ଚାହିଁ 

ସ୍ୱପ୍ନ ର ଚଉତରା ଉପରେ ଠିଆ ହୋଇ

ଯେବେ ଆଖି ଉଠେଇ ଚାହେଁ

ଦୂର ପାହାଡ଼ ମଝିରେ ଦିଶେ

ଧୂମାଳ ଧୂସର ସହର ll

ଯନ୍ତ୍ରଣା ସବୁ ଜୀବନର ଦଦରା କାନ୍ଥରେ

ଅଠା କାଠି ପରି ଜାବୁଡ଼ି ଧରି

ବିଳାପିତ ଆତ୍ମା ପ୍ରାୟ କହନ୍ତି

ଗଲୁ ଦିନେ ଛାଡି ଅକୁହା ବେଳାରେ

ଭାଗ୍ୟ ଶିକୁଳିରେ ବାନ୍ଧି

ଭଲପାଇବା ର ନିବୁଜ ସ୍ୱର ll

ମୌସୁମୀର ପହିଲି ବର୍ଷlର

ଭିଜା ଭିଜା ସ୍ୱପ୍ନ ସବୁ ଆଜି ଶୁଷ୍କ ପ୍ରାୟ

ସତେକି ଉଡ଼ିଗଲା ତୋ ସାଥିରେ

ମେଘର ଜଳୀୟ ଫୁଲକା ଫୁଲକା ଖଣ୍ଡ

ରହିଗଲା ଖାଲି ପ୍ରେତାତ୍ମା ପ୍ରାୟ

ପଥୁରିଆ ସହରରେ

ତତଲା ତତଲା ଧାର ଅବ୍ୟକ୍ତ ଅଶ୍ରୁର ll

ମନେ ପଡେ ଏ ତ ଉତ୍ସବ ର ରାତି

ତଥାପି ହୃଦୟ କାହିଁକି ଅବା ବ୍ୟାକୁଳ

ଏକ ଅଜଣା ଆତଙ୍କରେ ଯେବେ ଖୋଲିଯାଏ

ତ୍ରସ୍ତ ଭୟଭୀତ ଆଖିର ପଲକ

ଅତୀତର ଖୋଲା ବୁଜୁଳା ସବୁ ବନ୍ଦ ହୋଇଯାଏ

ମୂର୍ଦ୍ଧନା ର ବୁଢିଆଣୀ ଜାଲ ତଳେ

ଏକ ସୁଦୀର୍ଘ ଶ୍ୱାସ ର ହାୱା ଚାପିଦିଏ

ସୁପ୍ତ ପ୍ରଣୟର ଅବାଂଛିତ ସ୍ୱର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract