ନେବା ପାଇଁ ଜନ୍ମ ପରେ ଜନ୍ମ
ନେବା ପାଇଁ ଜନ୍ମ ପରେ ଜନ୍ମ


ସ୍ୱପ୍ନ ର ଭାଷା ବୁଝି ଅବୁଝା ରହିଗଲି
ଯେତେବେଳେ ଜୀବନ କୁ ପାଖରୁ ଦେଖିଲି
ଦିନେ ପିଲାଦିନ ର ବାଲିଘର ଭାଙ୍ଗିଗଲା ବୋଲି
ମୋ ଲୁହର ବୁନ୍ଦା କୁ କଷ୍ଟ ର ନାମ ଦେଇଥିଲି
କିନ୍ତୁ ସମୟ ଜୁଆରରେ ଜୀବନର ଉତଥାଳ ତରଙ୍ଗରେ
କଷ୍ଟ ମୋତେ ବର୍ଷାର ବୁନ୍ଦା ଭଳି ଲାଗିଲା
ଯୋଉଦିନ ଯନ୍ତ୍ରଣା ର ସମୁଦ୍ରରେ ହଜିଗଲି!!
ଛୋଟ ଛୋଟ ମୁହୂର୍ତ୍ତ ର ସ୍ମୃତି ଆଲବମ ରେ କଏଦ କରି
ହୃଦୟ ର ଉତଫୁଲ୍ଲିତ ବେଳାକୁ ଲେଖନୀ ର ରଙ୍ଗ ଦେଲି
ଅନିର୍ବଚନୀୟ ଘଟଣାର ଘଟିତ ବେଳାଭୂମି ରେ ଡେଉଁ ଡେଉଁ
ଶାମୁକ
ାସବୁ ସାଉଁଟିବାର ଅଦ୍ୟମ ଇଚ୍ଛା ଯେଉଁ ଦିନ
ଅସହାୟତା ର ଧୂମାଳ ଆସ୍ତରଣ ରେ ମିଶିଗଲା
ଆଶା ଧୂଳିସାତ ହେବାର ଧ୍ଵଂସ ସ୍ତୁପ ତଳେ ନିଜକୁ ଦାବିଦେଲି!!
ଆଜି ଶୂନ୍ୟତାର ଅଭାବି ବେଳାରେ ମୁଁ ଓ ମୋ ଏକୁଟିଆପଣ
ଖୋଲୁଥାଏ ସ୍ମୃତି ର ଫୋଟସବୁ ମନର ଆଲବମରେ
ପରଖୁଥାଏ କଏଦ ହୋଇଥିବା ଚୁନା ଚୁନା ଅତୀତ କୁ ଭାଙ୍ଗି ଗଢିବାର ଦଦରାପଣ କୁ ଏଡ଼ାଇ ଦେଇ ଆପଣେଇନିଏ ତଥାକଥିତ କର୍ମ ର ପଥ ପ୍ରାନ୍ତରେ ବଞ୍ଚିବାର ସମ୍ଭାବନାକୁ
ହାରିବାର ଭୀଷ୍ମ ପ୍ରତିଜ୍ଞା ନେଇ ଆଗେଇ ଚାଲେ
ଅସମାହିତ ପ୍ରଶ୍ନ ର ଧରାରେ ନେବା ପାଇଁ ଜନ୍ମ ପରେ ଜନ୍ମ!!