ନାରୀ ଯେ ବିଶ୍ୱନିୟନ୍ତାର ଚମତ୍କାର
ନାରୀ ଯେ ବିଶ୍ୱନିୟନ୍ତାର ଚମତ୍କାର
ମୁଁ ତୁମର ପ୍ରେମମୟୀ
ସ୍ନିଗ୍ଧ ତରଙ୍ଗିଣୀ ର ସ୍ୱଚ୍ଛ ବାରିଧାରା ସାଜି
ଆର୍ଦ୍ର କରୁଥିଲି କାୟାରୁ ଛାୟା
ସୀମାର ଶେଷ ପ୍ରାନ୍ତର କୁ ଲଙ୍ଘି
ଉଛୁଳୁଥିଲି ପ୍ରଣୟ ର ଜୁଆର ରେ
ସତେକି ଆଦିରୁ ଅନ୍ତ ଭୂମିରୁ ଭୂମା ଯାବତ
ଖେଳି ଯାଇଥିଲା ଧୂମାଳ ଆସ୍ତରଣ
ହଜି ଯାଇଥିଲେ ତୁମେ ଆଉ ମୁଁ
ନଥିଲା ତ କିଛି ପୃଥକ ଏ ଭାବରେ
ସମୟ ଟା କିନ୍ତୁ ଭାରି ବଳୀୟାନ
ରଖିନାହିଁ ସେ ମାନଗୋବିନ୍ଦ ମାନ
ଅବା କୁନ୍ତୀର ଉଦାର ପଣ
ଅପସରିଗଲା ଧୂଆଁ ର ଆବରଣ
ଆଖି ଖୋଲି ଦେଖେତ ଜୀବନର ଅପରାହ୍ଣ
ଏକ ନୀରବ ଅସହାୟତା କୁ ଧରି
କୁରୁଳି କୁରୁଳି କାନ୍ଦେ ହୋଇ ଆନମନ
ଅପହଞ୍ଚ ସେ ରାସ୍ତା ମୋ ପାଖରୁ ତୁମ ପାଖ
କେଉଁ ଏକ ଅଜଣା ଦୂରତା ବୋଳିଥିଲା
ଗାଢ଼ ନିଦାଘ ର ରଙ୍ଗ
ବ୍ୟଥିତ ହେଉଥିଲା ପ୍ରାଣ, ଯନ୍ତ୍ରଣାକ୍ତ ଉତ୍ତାପ ରେ
ଭାବୁଥିଲି କାହିଁଗଲା ସେ ପ୍ରେମର ରଙ୍ଗ ସ୍ୱପ୍ନର ସଙ୍ଗ
ଜୀବନର ବାସ୍ତବତା ଯେ ସମ୍ପୂର୍ଣ୍ଣ ପୃଥକ
ବୁଝିଗଲି ସବୁ ବୟସର ଖେଳ
କାଲି ଲାଗୁଥିଲା ଯାହା ପ୍ରଣୟର ସ୍ୱର
ଆଜି ପିଲାଳିଆମୀ ର ବ୍ୟଭିଚାରମୋ!!
ହୃଦୟ ର ଆବେଗ
ବୁଝିଗଲା ନାରୀ ତ ଚିରକାଳ ସମାଜ ବନ୍ଦିନୀ
ଅନ୍ଧକାର ର ପୃଥୁଳ ଢାଙ୍କୁଣୀ ର ଫାଙ୍କରୁ
ଭାସିଆସେ କ୍ଷୀଣ କା'ର ସ୍ୱର
ସଂସାର ଟା ଅଟେ ପରା ଅଳୀକ
ନାରୀ ଅଟେ ସୃଷ୍ଟି ସ୍ଥିତି ବିଲୟ ର ମୂଳ
କରିଛି ଯା ପ୍ରମାଣିତ ଯୁଗ ଯୁଗରୁ ଭାଗ୍ୟର ଗାର
ସମ୍ପର୍କ ଏକ ଜାଣ ଆତ୍ମା ଈଶ୍ୱର ର
ଅଟନ୍ତି ଯେ ଏକ ଅଭିନ୍ନ ଓ ଯୁଗାନ୍ତର
ନାରୀ ଯେ ବିଶ୍ଵନିୟନ୍ତା ର ଶ୍ରେଷ୍ଠ ଚମତ୍କାର !!

