STORYMIRROR

Aparajita Sarangi

Abstract Romance Classics

4  

Aparajita Sarangi

Abstract Romance Classics

ବିରହ ଗୀତି

ବିରହ ଗୀତି

1 min
26

କୁଞ୍ଜବନ ଦୋଳାୟିତ ଶାଖା 

ଖୋଜେ ଆଜି ତମର ଆଶ୍ଳେଷ 

ଛୋଟ ଛୋଟ ଖୁସିର ପରଶ 

ଚୁପ ଚୁପ କଥାକୁହା ଆଖି

ବରଷା ଧରାରେ 

ଶୁଭୁଥିବ ପ୍ରେମର ନିର୍ଘୋଷ ll


ଗୋପାଙ୍ଗନା ଗୋପର ନାରୀ ସେ 

ଭୁଲିଥିଲା ନିତ୍ୟ ବଧୂ କାର୍ଯ୍ୟ 

ରେଖା ଭାଙ୍ଗି ସମାଜ ନିଧlର୍ଯ୍ୟ 

ଯାଉଥିଲା ତମ ପଛେ ପଛେ 

ଭୁଲିଯାଇ ଧାରା ଶ୍ରାବଣ କୁ 

ପାଇବାକୁ ପ୍ରେମ ର ନିମିଷ ll


ଭାଙ୍ଗିଗଲା ମନ ସ୍ୱପ୍ନ ରାଶି 

ଗଲ ଛାଡ଼ି ଯେବେ ମଧୁପୁର 

କଣ୍ଟ କରି ତିନି ଦିବସ ର 

ରହିଗଲ ବଳକା ସମୟ 

ବାରି ଧାରା ଚକ୍ଷୁ ବୋହିଯାଇ 

ଶୂନ୍ୟ ହେଲା ତମ ଗୋପପୁର ll


ଶତ ଜନ ଥାଇ ବି ନିର୍ଜନ 

ଲାଗୁଥିଲା ନନ୍ଦ ଖଳା ଦାଣ୍ଡ 

ନୀରବ କି ରାସ୍ତା ଘାଟ ସତେ 

କ୍ରନ୍ଦନ ଯେ ଶୁଭେ ଘରେ ଘରେ 

ଶ୍ରାବଣ ର ମେଲାଣି ବେଳାରେ 

କେମିତି ତୁ ଭୁଲିଲୁ କାହ୍ନୁରେ ll


ବୁଡିଗଲା ଦ୍ୱାରିକା ନଗରି 

ଯଦୁ ବଂଶ ହେଲେ ମରାମରି 

ଦେଲାକି ସେ ଶାପ ଗୋପ ବଧୂ 

ଦାଣ୍ଡ ପରେ କାନ୍ଦି ଗଡୁ ଗଡୁ 

ହେଲା ସମ ଲୁହ ଆଉ ଲହୁ ll


ଅଭ୍ୟାସ ଟା ଯାଇନି ତୋ କାହ୍ନା 

ଥରେ ଟିକେ ପଛକୁ ଚାହାଁନା 

ଦୁଃଖୀ ଜନ କାନ୍ଦେ ଅହର୍ନିଶ 

ବ୍ୟାକୁଳିତ ହୃଦ ର ପ୍ରଦେଶ

ଝଡ଼ ବର୍ଷା ସାକ୍ଷୀ ଅଛି ଆଜି 

କହ ଥରେ ରଖୁ କି ଉଦ୍ଦେଶ୍ୟ ll

ସମାପ୍ତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract