ନିଜକୁ ପ୍ରଶ୍ନ
ନିଜକୁ ପ୍ରଶ୍ନ
ନିଜକୁ ପ୍ରଶ୍ନ ପଚାରିବା
ସତ୍ୟ ବାଟକୁ ରଖିଥିବା ।
ଥିବା ଟି ଧର୍ମ ପଥେ ରହି
ପ୍ରଭୁଙ୍କ ଭକ୍ତି ନିତି ବୋହି ।
ଅହିଂସା ବାଟ ଧରି ଥିବା
ହତ୍ୟା ଜୀବଙ୍କ ନ କରିବା ।
ମିଥ୍ୟା ବଚନ ନ କହିବା
ଆଦର ଗୁରୁଙ୍କୁ କରିବା ।
ଭକ୍ତି କରିବା ପିତା ମାତା
ଆମର ଅଟନ୍ତି ଦେବତା ।
ସେବା କରିବା ନିରନ୍ତର
କରିବା ଆଦର ଅପାର ।
କଷ୍ଟ ନହେଉ କେଉଁ କାଳ
କରିବା ପୂରଣ ସକଳ ।
ପ୍ରଶ୍ନ ନିଜକୁ କରୁଥିବା
ପ୍ରଶ୍ନ ଉତ୍ତର ଖୋଜୁ ଥିବା ।
କର୍ତ୍ତବ୍ୟପଥେ ରହିଥିବା
ରାଷ୍ଟ୍ରର ହୀତେ ପ୍ରାଣଦେବ ।
ଜନ ଜନଙ୍କୁ ସେବୁ ଥିବା
ସୁନ୍ଦର ଗୃହକୁ ଗଢ଼ିବା ।
ସଂସ୍କାର ସଂସ୍କୃତି ଆମର
କରିବା ଆଦର ତାହାର ।
ଥିବ ମୁଖରେ ମାତୃଭାଷା
କେବେ ନହେବା ଲୋକହସା ।
କରିବା ପ୍ରଶ୍ନ ନିରନ୍ତର
ପାଇବା ତାହାର ଉତ୍ତର ।
