STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ହେ ଜଗତ ଜନନୀ

ହେ ଜଗତ ଜନନୀ

1 min
261


ତୁହି ମା' ଜଗତତାରିଣୀ        ମହିଷାସୁର ମର୍ଦ୍ଦିନୀ

   ଆସିବୁ ଜନନୀ ପରା ମର୍ତ୍ତ୍ୟ ଭୂବନ

ବର୍ଷାଋତୁ ଶ୍ରାବଣ          କରୁଛି ମା ଆବାହନ 

 ପଲ୍ଲବୀ ଉଠୁଛି ଟି ଶସ୍ୟ ଭୂମି ବଣ।

        ଅଟେ ମା' ପାର୍ବଣ ଭକ୍ତିର   

ଚାହିଁ ରହିଛନ୍ତି ତୋତେ ନାରୀ ଓ ନର ।


ତୋର ଆଗମନ ଜାଣି    ‌‌  ଗଛଲତା ପୁଷ୍ପ ପୁଣି

ସ୍ବାଗତରେ ରହିଛନ୍ତି ବାଟକୁ ଚାହିଁ

କରିବ ମଙ୍ଗଳ ତୁମେ      ମାହେଶ୍ୱରୀ ଶକ୍ତିରୂପା 

   ଭକ୍ତିମୟ ହୋଇବ ଧରିତ୍ରୀ ହେ ତହିଁ।

   ବ୍ରହ୍ମଚାରିଣୀ ଚନ୍ଦ୍ରଘଣ୍ଟା

 ଦେବେ ଦୂର କରି ହେ ମନୁଷ୍ୟର କଣ୍ଟା ।


ନାମ ବିଘ୍ନେଶ୍ୱରୀ ତୋର    ଦୁଃଖ କରିବୁ ମା' ଦୂର

ଆସିବୁ ମା' ସିଂହରେ ମର୍ତ୍ତ୍ୟ ତୋର ପୁର 

ବାୟୁ ସୁଗନ୍ଧିତ ବହେ      ଅମ୍ଳଜାନ ଭରିଦିଏ

 କୋଇଲି ରାବ ଶୁଭେ ମାତା ନିରନ୍ତର

    ନାଚୁଅଛି ପୁଣି ମୟୂର    

ବିଶ୍ରାମ କାହିଁ ତା'ର ନାଚେ ନିରନ୍ତର ।


ଅମୃତକାଳ ଦେଶର       ଉଚିତ୍ ସମୟ ଯା'ର

ଶକ୍ତିଶାଳୀ କରିବୁ ମା' ରାଷ୍ଟ୍ର ଆମର

ତୋର କରୁଣାରୁ ମାତା    ପାଉଛୁ ରାଷ୍ଟ୍ର ଗୌରବ

ସାରା ବିଶ୍ବ ଆଜି ମା' କରୁଛି ସତ୍କାର

  ଆସିବୁ ମା ମର୍ତ୍ତ୍ୟପୁର

ପଥ ଚାହିଁ ରହିଛନ୍ତି ବାଟକୁ ତୋର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract