STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

ଜିଲ୍ଲା ପରିକ୍ରମା: ଅନୁଗୁଳ

ଜିଲ୍ଲା ପରିକ୍ରମା: ଅନୁଗୁଳ

1 min
66


ଢେଙ୍କାନାଳ ଠାରୁ ନବ ଜନ୍ମ ପାଇ ତେୟାନବେ ଅପ୍ରେଲରେ

ଅନୁଗୁଳ ଜିଲ୍ଲା ଶୁଭାରମ୍ଭ ତା'ର କଲା କେନ୍ଦ୍ର ଓଡିଶାରେ ।

କଟକ ଢେଙ୍କାନାଳ ସମ୍ବଲପୁର କେନ୍ଦୁଝର ଦେବଗଡ

ବୌଦ୍ଧ ଯାଜପୁର ଘେରି ରହିଛନ୍ତି ଅନୁଗୁଳ ଚତୁର୍ଦିଗ।


ପଶ୍ଚିମ ଓଡିଶା ପୂର୍ବ ଓଡିଶାର ସମନ୍ବୟ ଅନୁଗୁଳ

ପାହାଡ ଜଙ୍ଗଲ ନଦନଦୀ ଭରା ଶସ୍ୟ କ୍ଷେତ ଫୁଲ ଫଳ।

ଅନୁଗୁଳ ତାଳଚେର ଆଠମଲ୍ଲିକ ପାଲଲହଡାକୁ ନେଇ

ଚାରି ଉପଖଣ୍ଡ ପାର୍ବତ୍ଯ ଜିଲ୍ଲାର ଆଠଟି ମଣ୍ଡଳ ହୋଇ।


ଶଇଳ ଶ୍ରୀକ୍ଷେତ୍ର ଅନୁଗୁଳ ଠାରେ ମାଆ ବୁଢୀ ଠାକୁରାଣୀ

ତାଳଚେର ପ୍ରସିଦ୍ଧ ହିଙ୍ଗୁଳା ମାତାଙ୍କ ଠାରେ କରୁଛି ଦୟିନି।

ମହାନଦୀ ପୁଣି ବ୍ରାହ୍ମଣୀ ଯେଉଁଠି ବହୁଅଛି ସ୍ୱଛନ୍ଦରେ

ରେଙ୍ଗାଲି ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପିତ ଅନୁଗୁଳରେ।


ଟିକରପଡାର ଘଞ୍ଚ ଅରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ଧାରା

ମହାନଦୀ ବକ୍ଷେ କୁମ୍ଭୀର ପ୍ରଜନନ କେନ୍ଦ୍ର ଅଛି ତହିଁ ଗଢା।

କଳା ହୀରାଖଣି ଭରି ଗରଭରେ ଅନୁଗୁଳ ପୂର୍ଣ୍ଣଗର୍ଭା

ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ତାଳଚେର ଠାରେ ଉଭା।


ନିଜସ୍ୱ ତାପଜ ଶକ୍ତି ଭରସାରେ ଜାତୀୟ ଆଲୁମିନିୟମ

ନବରତ୍ନ କମ୍ପାନୀ ଗଢି ଉଠିଛି ଅନୁଗୁଳ ଜିଲ୍ଲା ଦମ।

ଅନୁଗୁଳ ଠାରେ ଶିଳ୍ପ ଅନୁଷ୍ଠାନ ଜିନ୍ଦଲ ଉତ୍କଳ ଆଦି

ଭୂଷଣ ଗଲାଣି ଟାଟା କମ୍ପାନୀକୁ ବଢୁଛି ଶିଳ୍ପ ଆବାଦୀ।


ଅନୁଗୁଳ ଗାନ୍ଧୀ ପବିତ୍ର ମୋହନ ପ୍ରଧାନ ଭାରତ ଛାଡ

ଆନ୍ଦୋଳନ ଠାରୁ ସ୍ୱତନ୍ତ୍ର ଓଡିଶା ଗଠନରେ ଖାଇ ମାଡ।

ଅର୍ଦ୍ଧ ଶତକର ପାଖ ତାପମାନ ଅନୁଗୁଳ ତାଳଚେର

ଜଳୁଛି ନିଆଁରେ ଜୀବନ ଜୀବିକା ତାପ କେନ୍ଦ୍ର ଓଡିଶାର।


ତାଳ ଟୋପି ପିନ୍ଧି ଗାଇଆଳ ଚାଲେ ଚାଷୀ ହଳ ନେଇ ଯାଏ

ସରଳ ପ୍ରାଣର ତରଳ ବେଦନାଝାଳ ହୋଇ ବହିଯାଏ।

ନଦୀ ମାତୃକାର ଜିଲ୍ଲା ଅନୁଗୁଳ ଶିଳ୍ପ ସମୃଦ୍ଧ ହୋଇଛି

ମହାନଦୀ ପାଣି କେତେ ବହିଲାଣି ଅନୁଗୁଳ ଅନାଇଛି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract