Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

4  

Rama chandra Pradhan

Abstract

ବର୍ଷା

ବର୍ଷା

1 min
17


ନିଦାଘର ଅନ୍ତେ ବରଷା ଆସଇ 

   ନାଚି ନାଚି ଏ ଧରାକୁ 

ବର୍ଷା ନୁହେଁ ସେ' ତ ଚାଷୀର ସପନ 

   ଦାନା ଦିଏ ଯେ ପେଟକୁ l

ଦେଖିଣ ବରଷା ଧାଇଁ ଯାଏ ଚଷା 

    କାନ୍ଧରେ ଲଙ୍ଗଳ ଧରି 

ବର୍ଷାରେ ବିମୁଗ୍ଧ ବେଙ୍ଗବେଙ୍ଗୁଲୀଏ 

    ଆନନ୍ଦେ ପକାନ୍ତି ହୁରି l

କଳାମେଘ ଦେଖି ପୁଛ ଟେକି କେକୀ

   ନାଚଇ ହରଷ ମନେ  

ଘଡଘଡି ମାରେ ବିଜୁଳି ଚମକେ 

   ଡାକି ଘୋର ଗରଜନେ l

ଆକାଶ ବୁକୁରେ ଇନ୍ଦ୍ରଧନୁ ଦୃଶ୍ୟ 

   ମନରେ ଆନନ୍ଦ ଦିଏ 

ବରଷା ପାଣିକୁ ବିଚରା ଚାତକ 

   ବିଭୋର ମନରେ ପିଏ l

ବରଷା ଋତୁରେ ଘାସ ଗାଲିଚାରେ 

   ସାଧବ ବୋହୁଟା ହସେ 

ବାଡ଼ି ବଗିଚାରେ ନାନା ଫୁଲ ଫୁଟି 

    ସବୁଜ ସୁନ୍ଦର ଦିଶେ  l

ବରଷା ଅଟଇ ପ୍ରାଣ ସଂଜୀବନୀ 

   ସଭିଙ୍କ ମଙ୍ଗଳକାରୀ 

ପ୍ରକୃତି ପୃଷ୍ଠରେ ସବୁଜିମା ଭରେ 

  ହୋଇ ସିଏ ଚମତ୍କାରୀ l


Rate this content
Log in

Similar oriya poem from Abstract