STORYMIRROR

DHARITRI SAHU

Abstract

4  

DHARITRI SAHU

Abstract

ଅତୀତ କି ଫେରେ

ଅତୀତ କି ଫେରେ

2 mins
391


ସେଦିନ ଥିଲା

ଯେଉଁ ଦିନ

ବିନା ରେଡ଼ିଓ ଶୁଣାରେ

ଆଖିକୁ ନିଦ ଆସୁନଥିଲା।

ନିଜର ବି ରେଡ଼ିଓ ନଥିଲା,

ପାଖ ଘର ଭାଇଙ୍କର ରେଡ଼ିଓ ରୁ

 ଆମ ଘର କାନ୍ଥ ଡେଇଁ

 ସ୍ବର ସବୁ ଭାସି ଆସୁଥିଲା।

ବାସ୍ ସ୍ବପ୍ନ ଦେଖିବାକୁ 

ଥିଲା ସେ ଯଥେଷ୍ଟ ,

ସ୍ଵପ୍ନ ରାଇଜରେ ରାତିସାରା

ଘୁରି ବୁଲି ସକାଳର ରେଡ଼ିଓ

ଖୋଲିବାର ପୂର୍ବ ସିଟି ଫେରାଇ ଆଣୁଥୁଲା ଦୁନିଆର ବାସ୍ତବ ।

ସକାଳ ର ପ୍ରୋଗ୍ରାମ ଶୁଣିବାକୁ

କାନ ଦୁଇଟିର ଅଦମ୍ୟ ଉତ୍ସାହ,

ପାଠ କମ୍ ମନେରହେ!

ହେଲେ ଆଜି କେତେବେଳେ

ନାଟକ, କେତେବେଳେ ଗୀତିନାଟ୍ୟ, କେତେବେଳେ ଚମ୍ପୁ, ଛାନ୍ଦ ଆଉ କେତେବେଳେ ପାଲା

ଏ ସବୁ କମ୍ପ୍ୟୁଟର ଭଳି ଫିଡିଙ୍ଗ୍

ହୋଇରହେ ।

ହସ ଖୁସି ଭରା ସେହିଛୋଟିଆ ମୁଣ୍ଡରେ,

ରାତିରେ ନାଟକ, ଗୀତିନାଟ୍ୟ,ପାଲା, ଦାସକାଠିଆ

ହେଲା ପୂର୍ବରୁ ଭାଇ ରେଡ଼ିଓ ଟିକୁ

ତାଙ୍କ ଘରର ଚାରି କାନ୍ଥ ଭିତରୁ

କାଢ଼ିଆଣି ରଖିଥାନ୍ତି  

ଦାଣ୍ଡ ପିଣ୍ଢାରେ

ସର୍ବସମ୍ମୁଖରେ।

ବାସ୍ ସମସ୍ତଙ୍କ ପିଣ୍ଡା ରେ ଭିଡ,

ସାଇରେ ବିରାଜ ମାନ କରେ

ଅଖଣ୍ଡ ନିରବତା ମଝିରେ ମଝିରେ ଶୁଭେ

ମତାମତ ଝଡ।

ତାପରେ

ଦୁଇ ଆଖି ବୁଜି ଦେଲା କ୍ଷଣି

ନିଦ୍ରା ଦେବି ନେଇ ଯାନ୍ତି 

କୋଳକୁ ତାଙ୍କର

ସେ ଯେ ସ୍ନେହସିକ୍ତା,

ନିଜକୁ ଆବିଷ୍କାର କରେ ମୂଖ୍ୟ ନାରୀ ଚରିତ୍ର ରେ

ସେ ହେଉ ରାଣୀ ଅବା ରାଜଜେମା

ଅବା କାହାର ମାନସୀ ନାୟିକା।

ପ୍ରଭାତ ର ସୁନେଲି କିରଣ

ସ୍ଵପ୍ନ ଭାଙ୍ଗି ଦିଏ

ହେଲେ ଭରିଦିଏ ନୁତନ ଏକ ଆଶା,

ପୁଣି ନୁତନ ଚରିତ୍ର,

ନୁତନ ପରିପାଟୀ

ନୁତନପରିଭାଷା।


ପୃଥିବୀ ସାରାର ଖବର 

ସେ ଭାଇଙ୍କ ପାଖରେ।

ଦାଣ୍ଡ ପିଣ୍ଡାରେ ଦାନ୍ତ ଘସୁ ଘସୁ

ବାଣ୍ଟି ଦ୍ୟନ୍ତି ଦୁଃଖ ଆଉ ସୁଖର

ସନ୍ଦେସ ସାରା ଗାଁ ଟାରେ।

ସେତେବେଳେ ମୁଁ ଭାବେ

ଚାକିରି କଲେ ଆଉ କିଛି 

କରେ କି ନ କରେ

 କିଣିବିତ ନିଶ୍ଚେ ରେଡ଼ିଓଟେ ।

ସ୍ଵପ୍ନ ମୋର ସତ ବି ହୋଇଲା।

ସ୍ଵାମୀ ଙ୍କର ପ୍ରଥମ ଉପହାର

ରେଡ଼ିଓ ହିଁ ଥିଲା।

ମନ ଭରି ଉପଭୋଗ କଲି

 ସେବେ 

ସମୟ ବି ଥିଲା।

ତାପରେ ହେଲା ଏ କଣ ?

ଅତିତ କି ଫେରେ ଆଉ

ଟିଭି.ସବୁ ଘରେ ଆସି କାନ୍ଥରେ ଝୁଲିଲେ,!

ସାନ ଠୁ ବଡ଼ କ୍ରମେ ସବୁ ଘର

ମାଡ଼ି ସେ ବସିଲେ।

ସମସ୍ତଙ୍କ ହାତେ କିନ୍ତୁ ମୋବାଇଲ

ସବୁ ଲୁଟି ନେଲା

ସମସ୍ତେ ନିରବ ଆଉ 

ସମସ୍ତଙ୍କ ମୁଣ୍ଡ ବି ତଳକୁ

ସ୍ଵପ୍ନ କାହିଁ ନିଦ୍ରା ଲୁପ୍ତ ହେଲା।

ସ୍ମୃତି ସବୁ ଲୋପ ହୋଇ

ସମ୍ପର୍କ ରେ ଦୂରତା ବଢିଲା

ହେଲେ ମୋ ନାତୁଣୀ ର 

ଦୃଷ୍ଟି ଆଜି ମୋ ରେଡ଼ିଓ ରେ ଗଲା,

ପୋଛା ପୋଛି କରି ତାକୁ

ଚାହିଁ ମୁଁ ରହିଲି,

ସିଏ ବି ହସିଲା।

ଯେତେ ସ୍ମୃତି ତା ପାଖରେ ଅଛି

ଆଉ ଥରେ ପତ୍ର କଅଁଳିଲା,

ଜୀବନଟା ଆଉଥରେ

ଜୀବନ୍ୟାସ ନେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract