STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଚିନ୍ତା କରି ଦେଖ"

ଚିନ୍ତା କରି ଦେଖ"

1 min
191

ଏ ପୃଥିବୀ ଯେତେ ଦିନ ଯାଏଁ ଥିବ

ସେଠି ଯେତେ ଦିନ ପର୍ଯ୍ୟନ୍ତ

ଏ ସମ୍ବେଦନ ହୀନ ମାନବ ଜାତିର 

ଆବିର୍ଭାବ ଘଟୁଥିବା

ସେତେଦିନ ଯାଏଁ 

କାତରି ଯାଉଥିବ ପୃଥିବୀ ର ଦୁଇ ଆଖି,

ଆଉ ଥପ ଥପ ହୋଇ ବହି ପଡୁଥିବ

ତା ପଞ୍ଜରା ତରଳାଇ

 ତା ଭିତରେ ଥିବା ତାର

ଅଳିନ୍ଦ ନିଳୟ ଯୋଡାକ।

ହେ ବିଶ୍ଵର ମହା ଜାଗତିକ ସତ୍ତା!

ହେ ବିଶ୍ଵର ସର୍ବଶ୍ରେଷ୍ଠ ବୁଦ୍ଧିମତ୍ତା !

ଦେଖିଛି କି କେବେ ନିଶାର୍ଦ୍ଧରେ

ନଦୀ ପଠା ରେ ଆମ୍ପୁଡା ରାମ୍ପୁଡା

ବାଲୁକା ଶଯ୍ୟା କୁ ?

ଦେଖିଛ କି କେବେ ପର୍ବତ ର 

ଭଙ୍ଗା ରୁଜା ଖଣ୍ଡିଆ ଖାବରା

ରକ୍ତାକ୍ତ ଶରୀରକୁ?

ଶୁଣିଛି କି କେବେ ଅରଣ୍ୟର

ବୁକୁଫଟା ଆର୍ତ୍ତ ନାଦ କୁ?

କାନରେ କେବେ ପଡିଛି କି 

ସମୁଦ୍ରର

ଗୁରୁ ଗମ୍ଭୀର ସ୍ବର ଭିତରେ

ଏକ ପଞ୍ଚଜନ୍ୟ ଶଙ୍ଖର ଶେଷ ଧ୍ୱନି କୁ ?

ଯୁଗ ଯୁଗ ର ଆବର୍ତ୍ତନ ର

ଶେଷ ଇଛା ନ ଥିଲା

ତାକୁ ଝୁଣି ଝୁଣି ଏକ 

ଗଳିତ ଶବ ର ନିଷ୍କର୍ଷ ରେ

ଛାଡି ଦେବାକୁ।

ସମଗ୍ର ଜୀବ ସତ୍ତା ଆଜି 

ଧ୍ୱଂସ ସ୍ତୁପ ଉପରେ ଦଣ୍ଡାୟମାନ ,

ଏଠି କିଏ କାହାକୁ ଚିତାଗ୍ନି

ଦେବାର ଠିକଣା କୁ ନିଜ କୃତ କର୍ମ ପାଇଁ 

ସେ ନିଜେ ହଜାଇ ଦେଇଛି।

 ଏଠି ଜୀବନ ଜଳୁଛି ସ୍ବର୍ଗରୁ ବର୍ଷୁଥିବା

ବାଡବାଗ୍ନି ରେ। 

ତାର ଧୁମ୍ରାଭ୍ର କୁଣ୍ଡଳୀ ଧିରେ ଧିରେ

ଆଛନ୍ନାୟୀତ କରିବାକୁ ବସିଛି

ସମଗ୍ର ଆଭୂମା ଠୁ ଶୂନ୍ୟ ମହାଶୂନ୍ୟକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy