STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ମା"ର ଦୁଃଖ"

ମା"ର ଦୁଃଖ"

1 min
337

ପୃଥିବୀ ଚାନ୍ଦ ଠୁ ମାଗିଲା

ତାର ଶୁଭ୍ର ଜ୍ୟୋତ୍ସ୍ନା ର କିରଣ,

ଚାନ୍ଦ ଦେଇଦେଲା ଆଞ୍ଜୁଳି ପୁରାଇ।

ପୃଥିବୀ ସୂର୍ଯ୍ୟ ଠୁ ମାଗିଲା  

ତାର ଉଜ୍ୱଳ ରଶ୍ମି,

ସୂର୍ଯ୍ୟ ଦେଇଦେଲା ତାର ବାହୁ କୁ ମେଲାଇ।

ପୃଥିବୀ ମେଘ ଠୁ ମାଗିଲା

 ବାରି ମିଶା ଟିକେ ଟିକେ ଇନ୍ଦ୍ରଧନୁ ଛିଟା, 

ମେଘ ଢାଳିଦେଲା ତା ଦେହରେ 

ଭିଜା ଭିଜା ଆସ୍ତରଣେ

ଅଭିରର ସପ୍ତରଂଗ ମଠା।

ପୃଥିବୀ ଫୁଲ ଠୁ ମାଗିଲା ଟିକେ 

ମିଠା ମିଠା ସୁଗନ୍ଧ ସୁରଭି,

ଫୁଲ ଲୋଟିଗଲା ଝାଡି ଦେଇ କୋମଳ ଶ୍ରୀଅଙ୍ଗ।

ସିଏ ନଦୀଠୁ ବି ମାଗିଥିଲା 

ସୁଶୀତଳ ଜଳରୁ ମୁନ୍ଦାଏ ,

ନଦୀ କୁଳୁକୁଳୁ ନାଦେ ଯାଇଁ 

ଧୋଇଦେଲା ତା ପାଦକମଳ

ଆଉ ବୋଳିଦେଲା ରଂଗ।

ପୃଥିବୀ ସମୀର କୁ ମାଗିଥିଲା ଦଲକାଏ ଶୀତଳ ପବନ,

 ସିଏ ଚନ୍ଦନ ର ବାସ୍ନା ସାଥେ 

ମଳୟ ପବନ ଦେଇ

 ସୁରଭିତ କଲା ତାର ,ମନ ଆଉ ପ୍ରାଣ।

ପୃଥିବୀ ଅରଣ୍ୟ କୁ ମାଗିଥିଲା

 ଟିକେ ଛାୟାର ପଣତ,

ସେ ଗହନ ବନରାଜିରେ

 ଆବୃତ କରି ଭରିଦେଲା 

ଯେତେ ବସ୍ତ୍ର, ଯେତେ ଆଭୁଷଣ।

ପୃଥିବୀ ପର୍ବତକୁ ମାଗିଥିଲା 

ଟିକେ ଅଭୟ ସୁରକ୍ଷା,

ସେ ଚତୁର୍ଦ୍ଦିଗେ ତୋଳି ଦେଲା 

ଏକ ଆବଷ୍ଟନୀ ର ବଳୟ।

ପୃଥିବୀ ସମୁଦ୍ର କୁ ବି ମାଗିଲା 

କିଛି ଧନ ଓ ସମ୍ପଦ,

 ସେ ଦେଇଦେଲା ପୁର୍ଣ୍ଣ କରି

ଧନ ରତ୍ନ ,ମଣି, ମୁକ୍ତା ଗର୍ଭ।

ସର୍ବ ଶେଷେ ମୋ ମାଆ ପୃଥିବୀ 

ତା ମମତ୍ବର ଶ୍ରେଷ୍ଠ ସୃଷ୍ଟି

 ମଣିଷ ବୋଲି ତ ! 

ପଣତ ପସାରି ମାଗିଥିଲା ତା ସନ୍ତାନେ,

କାଣିଚାଏ ଦୟା, କ୍ଷମା, ସ୍ନେହ,ପ୍ରେମ,

ଶାନ୍ତି ,ପ୍ରିତି,ଭକ୍ତି !

ମଣିଷ ଯେ ଦାନ ଭୁଲି ହୋଇଲା କୃପଣ,

ଆଉ ଅକାଳ କୁଷ୍ମାଣ୍ଡ ସାଜି

ସଦା ତାର ଛାତି ପରେ ରଚିଲା ତାଣ୍ଡବ,!

ଲୁଟି ତ ପାରିଲା ସବୁ,

ହେଲେ ପ୍ରତିଦାନେ ଦେଲା ତାକୁ

ଅସହ୍ୟ ଯନ୍ତ୍ରଣା ଆଉ ଅତ୍ୟାଚାର ଭୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy