Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DHARITRI SAHU

Classics

4  

DHARITRI SAHU

Classics

ଥରେ ଚେଷ୍ଟା କରନ୍ତୁ

ଥରେ ଚେଷ୍ଟା କରନ୍ତୁ

1 min
259


ବଂଧୁ! ଆକାଶରେ ଭାସି ଯାଉଥିବା ବାଦଲ ମାନେ

ନିଜ ନିଜ ଭିତରେ ହେଉଥିବା କଥାକୁ କେବେ ଶୁଣିଛନ୍ତି କି ?


ଗଗନରେ ଛାଇ ହୋଇ ରହିଥିବା ତାରା ପୁଞ୍ଜ ମାନଙ୍କର

ମିଳିତ ନୃତ୍ୟ କେବେ ଦେଖି ପାରିଛନ୍ତି କି ?


ଚନ୍ଦ୍ରର ଶୀତଳ ତାପରେ ପ୍ରେମର ଶୀହରଣ

ସମଗ୍ର ଶରୀର ଭିତରେ କେବେ ଅନୁଭବ କରିଛନ୍ତି କି ?


ତଡିତ୍ ପ୍ରଭାର ଚମକ୍ ଭିତରେ ନିଜର ପ୍ରିୟ ଇପ୍ସିତର ମୁଖ

କେବେ ଦର୍ଶନ କରିଛନ୍ତି କି ?


ରିମ୍ ଝିମ୍ ବର୍ଷାର ରାତିରେ ସୋହାଗର 

ସ୍ବପ୍ନ ବୁଣି ଆବଷ୍ଟନୀ ରେ ପ୍ରିତି କୁଞ୍ଜ କେବେ ତୋଳି ଧରିଛନ୍ତି କି ?


ମୃଦୁ ମୃଦୁ ସମୀରଣ ମାନଙ୍କର ବାଦ୍ୟରେ ମତୁଆଲା ହୋଇ

କେବେ ଅନ୍ୟମନସ୍କ ହୋଇଛନ୍ତି କି ?


ଫୁଲର ଦୋଳାୟିତ ଭଙ୍ଗୀରେ ନିଜ ଜୀବନ ପ୍ରତି

ଆକର୍ଷଣ କେବେ ଅନୁଭବ କରିଛନ୍ତି କି ?


କୋଇଲିର କୁହୁ କୁହୁ ନାଦରେ ହୃଦୟର ଧଡକନ ଦୃତ

ହେବାର କେବେ ଅନୁଭବ କରିଛନ୍ତି କି ?


ସୂର୍ଯ୍ୟଙ୍କର ପ୍ରଖର ରଶ୍ମୀ ରେ ନିଜର କ୍ରୋଧକୁ ଜଳାଇ

ଦେଇ ମନରେ ଶାନ୍ତି ର ଅମୃତ ଧାରା

କେବେ ବୁହାଇ ଦେଇଛନ୍ତି କି ?


କଅଁଳା ଶିଶୁର ଚାହାଣି ଓ ହସ,କାନ୍ଦ ଭିତରେ

ଧ୍ୟାନ ମଗ୍ନ ଧୃବ ତାରାର ଏକନିଷ୍ଠ ଭକ୍ତିକୁ

କେବେ ଲକ୍ଷ କରିଛନ୍ତି କି ?


ଏଇଠି ତ ନିହିତ ଜୀବନ ର ସବୁ ରହସ୍ୟ

ବଂଧୁ ! ଥରେ ଚେଷ୍ଟା କରନ୍ତୁ।


Rate this content
Log in

Similar oriya poem from Classics